କଡା ଟକ୍କର ମଧ୍ୟରେ ଚେନ୍ନାଇର ରୋମାଞ୍ଚକର ବିଜୟ

 ଆବୁଧାବି: କୋଲକାତା ବିପକ୍ଷରେ ଚେନ୍ନାଇର ରୋମାଞ୍ଚକର ବିଜୟ । ଶେଷ ବଲରେ ଜିତିଲା ଚେନ୍ନାଇ। ଇଣ୍ଡିଆନ ପ୍ରିମିୟର ଲିଗର ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗସ ଏବଂ କୋଲକାତା ନାଇଟ୍ ରାଇଡର୍ସ । ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଟିଂ ବଳରେ ରୋମାଞ୍ଚକର ବିଜୟ ହାସଲ କରିଛି ଚେନ୍ନାଇ ସୁପର କିଙ୍ଗସ୍‌ ।

ଶେଷ ୧୨ ବଲରୁ ଚେନ୍ନାଇ ୨୬ ରନ ଆବଶ୍ୟକ କରୁଥିବା ବେଳେ ପ୍ରସିଦ୍ଧଙ୍କ ୧୯ ତମ ଓଭରରେ ରନ ବର୍ଷା କରିଥିଲେ ଜାଡେଜା । ଜାଡେଜା ୮ ବଲରୁ ୨ଟି ଚୌକା ଏବଂ ୨ଟି ଛକା ସହାୟତାରେ ୨୨ ରନର ବିସ୍ଫୋରକ ଇନିଂସ ଚେନ୍ନାଇକୁ ରୋମାଞ୍ଚକର ବିଜୟ ଦେଇଛି । ଓପନିଂ ଯୋଡି ଋତୁରାଜ ଗାୟକଓ୍ବାଡ୍‌ ଏବଂ ଫାଫ୍‌ ଡୁ’ ଫ୍ଲେସିସ୍‌ ଚମତ୍କାର ଆରମ୍ଭ କରିଥିଲେ । ଋତୁରାଜ ବ୍ୟକ୍ତିଗତ ଭାବେ ୪୦ ଏବଂ ଫାଫ୍‌ ଡୁ ପ୍ଲେସିସ୍‌ ୪୩ ରନ କରି ଆଉଟ ହୋଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମୋଇନ୍‌ ଅଲ୍ଲୀ ୩୨ରନ, ଅମ୍ବାତି ରାୟୁଡୁ ୧୧ ରନ କରି ଆଉଟ ହୋଇଥିଲେ । ଅଧିନାୟକ ଏମ୍‌ଏସ୍‌ ଧୋନୀ ମାତ୍ର ୧ ରନ, ସାମ କରନ ୪ ରନ, ଜାଡେଜା ୨୨ ରନ କରି ଆଉଟ ହୋଇଛନ୍ତି । ଦୀପକ ଚହର ୧ ଏବଂ ଶାର୍ଦ୍ଦୁଳ ଠାକୁର ୩ ରନ କରି ଅପରାଜିତ ଅଛନ୍ତି ।

କୋଲକାତା ପକ୍ଷରୁ ଲୋକି ଫର୍ଗ୍ୟୁସନ୍‌ ୪ ଓଭରରେ ୩୩ ରନ ଦେଇ ଗୋଟିଏ ଓ୍ବିକେଟ ନେଇଥିବା ବେଳେ, ବରୁଣ ଚକ୍ରବର୍ତ୍ତୀ ୪ ଓଭରରେ ୨୨ ରନ ୧ ଓ୍ବିକେଟ, ଭେଙ୍କେଟସ୍‌ ଆୟର ୧ ଓଭରରେ ୫ ରନ, ସୁନୀଲ ନାରିନ୍‌ ୪ ଓଭରରେ ୪୧ ରନ ଦେଇ ୩ଟି ଓ୍ବିକେଟ୍‌, ଆ​‌େ​‌ନ୍ଧ୍ର ରସେଲ ୩ ଓଭରରେ ୨୮ ରନ ୧ ଓ୍ବିକେଟ୍‌, ପ୍ରସିଦ୍ଧ କ୍ରିଷ୍ଣା ୪ ଓଭରରେ ୪୧ ରନ ଦେଇ ଗୋଟିଏ ୱିକେଟ ନେଇଛନ୍ତି ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ର ୩୮ତମ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ମୋର୍ଗାନଙ୍କ କୋଲକାତା ନାଇଟ୍‌ ରାଇଡର୍ସ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ସଂଗ୍ରହ କରିଥିଲା ୧୭୧ ରନ । ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ଭଲ ଇନିଂସ ଖେଳିଥିଲେ । ଶେଷରେ ଦିନେଶ କାର୍ତ୍ତିକ ଏବଂ ନୀତିଶ ରାଣା ବିସ୍ଫୋରକ ବ୍ୟାଟିଂ କରି ଏକ ଫାଇଟିଂ ସ୍କୋର ଛିଡା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ