ଦହି ବ୍ରେଡ ରୋଲ

ଆବଶ୍ୟକୀୟ ସାମଗ୍ରୀ:

  • ଦହି- ୫୦୦ ଗ୍ରାମ
  • ପନିର- ୧୦୦ ଗ୍ରାମ (କୋରା ଯାଇଥିବା)
  • ଶିମଲା ଲଙ୍କା- ଅଧା କପ
  • ଗାଜର- ଅଧା କପ
  • ଧନିଆ ପତ୍ର- ୨ ଟେବଲ ସ୍ପୁନ
  • ଗୋଲମରିଚ ଗୁଣ୍ଡ- ଅଧା ଚାମଚ
  • ଲଙ୍କା- କଟା ଯାଇଥିବା
  • ମଇଦା- ୨ ଚାମଚ
  • ବ୍ରେଡ ଖଣ୍ଡ- ୩ ରୁ ୪ ଟି
  • ଲୁଣ ସ୍ୱାଦନୁସାରେ

ପ୍ର୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ଦହି, ପନିର, ଗାଜର, ସିମଲା ଲଙ୍କା, ଧନିଆ ପତ୍ର, ଗୋଲମରିଚ ଗୁଣ୍ଡ, ଧନିଆ ପତ୍ର, ଲୁଣ ଦେଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏବେ ବ୍ରେଡରୁ କଡ କାଢି ଦିଅନ୍ତୁ । ଏବେ ହାଲକା ପାଣି ଦେଇ ବ୍ରେଡ ଗୁଡିକୁ ବେଲି ଦିଅନ୍ତୁ । ଏବେ ମଇଦାର ଏକ ଘୋଳ ପ୍ରସ୍ତୁତ କରନ୍ତୁ ।  ବ୍ରେଡର ଯେଉଁ ପଟରେ ପାଣି ଲଗାଇଛନ୍ତି ସେହି ପଟରେ ମଇଦାର ମିଶ୍ରଣ ଦିଅନ୍ତୁ । ଏବେ ବ୍ରେଡ ଭିତରେ ମିଶ୍ରଣ ଦିଅନ୍ତୁ । ଏକ ରୋଲ ପ୍ରସ୍ତୁତ କରନ୍ତୁ । ଦୁଇ ବ୍ରେଡ ଖଣ୍ଡ ଭଲ ଭାବରେ ଲେଖିବା ପାଇଁ ମଇଦା ଘୋଳ ବ୍ୟବହାର କରନ୍ତୁ । ଏବେ ଏହି ରୋଲକୁ ଗରମ ତେଲରେ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଛାଣନ୍ତୁ । ଏବେ ଏହାକୁ କାଟି କାଟି କୌଣସି ସ୍ୱାଦିଷ୍ଟ ଚଟଣି ସହ ଖାଆନ୍ତୁ ।

Leave A Reply

Your email address will not be published.

ବ୍ରେକିଂ