ବନ୍ଧୁକ ମୁନରେ ପେଟ୍ରୋଲ ପମ୍ପରୁ ଲୁଟ
କଟକ : ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ । କଟକ ଜିଲ୍ଲା ବଡମ୍ବା ଥାନା ଗୋପାଳପୁର ଛକ ନିକଟରେ ଥିବା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରୁ ଲୁଟ ହୋଇଥିବା ଜଣାପଡିଛି । ତିନି ଦୁର୍ବୁତ୍ତ ଏକ ମୋଟର ସାଇକେଲରେ ଆସି ୧ ଲକ୍ଷ ୩ ହଜାର ଟଙ୍କା ଲୁଟିନେଇଛନ୍ତି । ଏନେଇ ପେଟ୍ରୋଲ ପମ୍ପ ମାଲିକ ବଡମ୍ବା ଥାନାରେ ଅଭିଯୋଗ କରିଛନ୍ତି ।
ସୂଚନା ଅନୁଯାୟୀ ଗତ କାଲି ରାତି ପ୍ରାୟ ୧୦ ବେଳେ ୩ ଜଣ ଦୁର୍ବୁତ୍ତ ମୋଟର ସାଇକେଲରେ ଆସି ପେଟ୍ରୋଲ ପକାଇବାକୁ କହିଥିଲେ । ପେଟ୍ରୋଲ ପକାଇବା ପରେ ଟଙ୍କା ମାଗିବାରୁ ଟଙ୍କା ଦେବୁନାହିଁ କହିବା ସହ କର୍ମଚାରୀଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗ ଛଡାଇନେଇଥିଲେ । ଆକ୍ରମଣରେ କର୍ମଚାରୀଙ୍କ ମୁଣ୍ଡ ଫାଟି ଯାଇଛି । ଘଟଣାସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଛି ।