କଟକରୁ ୧୭ କରୋନା ପଜିଟିଭ ଚିହ୍ନଟ, ୪୪ ସୁସ୍ଥ

କଟକ: କଟକର ବିଭିନ୍ନ ଅଞ୍ଚଳରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ କ୍ବାରେଣ୍ଟାଇନରୁ ଓ ୯ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ଅନୁଷ୍ଠାନରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୪୪,୩୦୦ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ସେହିପରି ଆଜି କଟକ ମହାନଗରରୁ ୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୪୩,୪୪୪ । ତେବେ, ଏଯାବତ୍ କଟକ ମହାନଗରରୁ ୭୬୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ