କଟକ ମହାନଗରରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: କଟକରେ ଦିନେ ହ୍ରାସ ପାଉଛି ତ ପୁଣି ଦିନେ ବୃଦ୍ଧି ହେଉଛି ମହାମାରୀ କରୋନା । ଗତକାଲି କରୋନା ଆକ୍ରାନ୍ତ ବୃଦ୍ଧି ହୋଇଥିବା ବେଳେ ଆଜି ହ୍ରାସ ପାଇଛି । ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗର ନିଗମରୁ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୨୫ ଜଣ କ୍ୱେରାଣ୍ଟିନରୁ ଓ ୨୧ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୪୨,୮୧୫ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ସେହିପରି ଆଜି କଟକ ମହାନଗରରୁ ୫୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୪୧,୮୫୨ । ତେବେ, ଏଯାବତ୍ କଟକ ମହାନଗରରୁ ୮୭୨ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ