କଟକରୁ ୫୩ କରୋନା ପଜିଟିଭ ଚିହ୍ନଟ

କଟକ: କଟକରେ ଦିନେ ହ୍ରାସ ପାଉଛି ତ ପୁଣି ଦିନେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକର ବିଭିନ୍ନ ଅଞ୍ଚଳରୁ ୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୧ ଜଣ କ୍ୱେରାଣ୍ଟିନରୁ ଓ ୨୨ ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଥିବା ଜଣାପଡିଛି । ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୪୩,୨୦୩ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ସେହିପରି ଆଜି କଟକ ମହାନଗରରୁ ୫୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୪୨,୧୭୮ । ତେବେ, ଏଯାବତ୍ କଟକ ମହାନଗରରୁ ୯୩୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ