କଟକରୁ ୭୨ କରୋନା ପଜିଟିଭ ଚିହ୍ନଟ, ୧୩୫ ସୁସ୍ଥ

କଟକ: କଟକରେ ବ୍ରେକ ଲାଗୁନି କରୋନା ସଂକ୍ରମଣ । କିନ୍ତୁ ଆକ୍ରାନ୍ତଠୁ ଅଧିକ ସୁସ୍ଥ ସଂଖ୍ୟା ରହିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୭୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୯ ଜଣ କ୍ୱେରାଣ୍ଟିନରୁ ଓ ୨୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୩୯,୨୨୨ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ  ଆଜି କଟକ ମହାନଗରରୁ ୧୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୩୭,୯୬୪ ରେ ପହଞ୍ଚିଛି । ତେବେ, ଏଯାବତ୍ କଟକ ମହାନଗରରୁ ୧,୧୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ