କଟକ ମହାନଗରରୁ ୮୦ କରୋନା ସଂକ୍ରମିତ ଚିହ୍ନଟ, ୮୬ ସୁସ୍ଥ

କଟକ: କଟକରେ ତଳ ମୁହାଁ ହେଉଛି ମହାମାରୀ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୩ ଜଣ କ୍ୱେରାଣ୍ଟିନରୁ ଓ ୨୭ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ସଂକ୍ରମଣ ସଂଖ୍ୟା ୩୯,୦୩୦ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ  ଆଜି କଟକ ମହାନଗରରୁ ୮୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୩୭,୬୧୪ ରେ ପହଞ୍ଚିଛି । ତେବେ, ଏଯାବତ୍ କଟକ ମହାନଗରରୁ ୧,୩୨୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ