କଟକ ମହାନଗରରୁ ୯୧ କରୋନା ସଂକ୍ରମିତ ଚିହ୍ନଟ, ୭୭ ସୁସ୍ଥ

କଟକ: କଟକରେ ଧିରେ ଧିରେ ଖସୁଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ କଟକ ମହାନଗରରୁ ଆଜି ୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୮ ଜଣ କ୍ୱେରାଣ୍ଟିନରୁ ଓ ୩୩ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି ।

ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ କଟକ ମହାନଗରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୮,୪୭୫ ରେ ପହଞ୍ଚିଛି । ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ  ଆଜି କଟକ ମହାନଗରରୁ ୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜିର ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ କଟକ ମହାନଗରରେ ମୋଟ ସୁସ୍ଥ ସଂଖ୍ୟା ୩୬,୯୯୦ ରେ ପହଞ୍ଚିଛି । ତେବେ, ଏଯାବତ୍ କଟକ ମହାନଗରରୁ ୧,୩୯୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

Leave A Reply

Your email address will not be published.

ବ୍ରେକିଂ