ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ

ଭୁବନେଶ୍ୱର : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଗଭୀର ଅବପାତରେ ପରିଣତ ହୋଇଛି । ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ ବା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ଗୋପାଳପୁରରୁ ପୂର୍ବ ଓ ଦକ୍ଷିଣ ପୂର୍ବର ୫୧୦ କିମି ଦୂରରେ ଅବସ୍ଥିତ ଅଛି । ଶେଷ ୬ ଘଣ୍ଟାରେ ୧୨ କିମି ବେଗରେ ଉପକୂଳକୁ ମୁହାଁଉଛି ।

ଏହି ସାମୁଦ୍ରିକ ଝଡ଼ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ମଝି କଳିଙ୍ଗପତନମରେ ଲ୍ୟାଣ୍ଡଫଲ୍ କରିପାରେ। ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ଘଣ୍ଟାକୁ ୭୦ରୁ ୮୦ କିମି ରହିବ। ସାମୁଦ୍ରିକ ଝଡ଼ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ବେଶି ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହି ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ । ମତ୍ସ୍ୟଜୀବୀଙ୍କୁ ଆଜିଠାରୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି

୨୬ ତାରିଖ ପାଇଁ ୪ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୬ ତାରିଖରେ କନ୍ଧମାଳ, ଗଞ୍ଜାମ, ରାୟଗଡା ଓ ଗଜପତି ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାରେ ଛୁଟି ବାତିଲ କରାଯାଇଛି । ଗଜପତି ଜିଲ୍ଲାରେ ୨୫ ଓ ୨୬ରେ ଅଫିସରଙ୍କ ଛୁଟି ବାତିଲ ହୋଇଛି।ଜରୁରୀ ପରିସ୍ଥିତିର ସାମ୍ନା ପାଇଁ ହେଡକ୍ୱାଟର୍ସରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ କେହି ହେଡକ୍ୱାଟର୍ସ ନ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି ।

 

Leave A Reply

Your email address will not be published.

ବ୍ରେକିଂ