ଆସନ୍ତାକାଲି ସଂଧ୍ୟାରେ କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ

ଭୁବନେଶ୍ୱର: ୨୬ ତାରିଖ ସଂଧ୍ୟାରେ କଳିଙ୍ଗପଟ୍ଟନମ ନିକଟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ । ତୀବ୍ର ଅବପାତଟି ଏବେ ଗୋପାଳପୁର ଠାରୁ ୪୭୦ କିମି ଦୂରରେ ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇ ଆଗକୁ ବଢୁଛି । ଆଜି ସଂନ୍ଧ୍ୟାରେ ଏହା ବାତ୍ୟାର ରୁପ ନେଇପାରେ। ଏନେଇ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଏନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି

ତେବେ ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୭୫ରୁ ୯୫ କିମି ପର୍ଯ୍ୟନ୍ତ ରହିବ । ଅଳ୍ପ ପବନ ହେବ ଏବଂ ପ୍ରବଳ ବର୍ଷା ହେବ ଆନ୍ଧ୍ରର କଳିଙ୍ଗପଟ୍ଟନମ୍ ନିକଟରେ ଲ୍ୟାଣ୍ଡଫଲ୍ କରିବା ଆକଳନ କରାଯାଉଛି

ତେବେ ସାମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟର ୭ଟି ଜିଲ୍ଲାରେ ଅଧିକ ବର୍ଷା, ପବନ ସମ୍ଭାବନା ରହିଛି ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ମାଲକାନଗିରିରେ ଅଧିକ ପ୍ରଭାବ ପଡ଼ିବ ର୍ଷା ପରିମାଣ କାଲି ଏବଂ ପଅରିଦିନ ଅଧିକ ରହିବ

Leave A Reply

Your email address will not be published.

ବ୍ରେକିଂ