ଆନ୍ଧ୍ରର ସନ୍ଥଗୁଡାରେ ବାତ୍ୟା ‘ଗୁଲାବ’ ର ଲ୍ୟାଣ୍ଡଫଲ

ଗୋପାଳପୁର: ଉପକୂଳ ଅତିକ୍ରମ କଲା ବାତ୍ୟା ‘ଗୁଲାବ’ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମର ସନ୍ଥଗୁଡାଠାରେ ଲ୍ୟାଣ୍ଡଫଲ କରିଛି ଗୁଲାବ । ସ୍ଥଳଭାଗ ଛୁଇଁବା ପରେ ସାମୁଦ୍ରିକ ଝଡ ଗୁଲାବର ବିଶେଷ ପ୍ରଭାବ ଅନୁଭୁତ ହୋଇନାହିଁ । ବାତ୍ୟା ‘ଗୁଲାବ’କୁ ନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୭୦ କିମି ରହିଛି । କିଛି ସ୍ଥାନରେ ବର୍ଷା ହେଉଥିବା ବେଳେ ପବନର ବେଗ ମଧ୍ୟ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ସନ୍ଧ୍ୟା ୬ଟାରେ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଏହା ୩ ଘଣ୍ଟା ଧରି ଚାଲୁ ରହିବ ବୋଲି ସୂଚନା ଦେଇଥିଲେ ଆଇଏମ୍‌ଡି ମୃତ୍ୟୁଞ୍ଜୟ ମହାପାତ୍ର । ଲ୍ୟାଣ୍ଡଫଲ ବେଳେ ଅତି ବର୍ଷା କିମ୍ବା ପବନ ହେବାର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଆସନ୍ତା ୬ ଘଣ୍ଟା ଯାଏଁ ବାତ୍ୟାର ପ୍ରକୋପ ଅନୁଭୁତ ହେବ । ଏହା ପରେ ସାମୁଦ୍ରିକ ଝଡ ଗୁଲାବ ଗଭୀର ଅବପାତରେ ରୂପାନ୍ତରିତ ହୋଇ ଦୁର୍ବଳ ହେବ ବୋଲି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା । ତେବେ ବର୍ତ୍ତମାନ ସୁଦ୍ଧା ଓଡିଶାର କୌଣସି ଅଞ୍ଚଳରେ ପ୍ରବାବ ଅନୁଭୁତ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୩୯ ହଜାର ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଛି । ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲା ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଗୁଲାବ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବା ୭ଟି ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ସେ ସବୁ ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି ଏହାବାଦ୍ ୧୦ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

Leave A Reply

Your email address will not be published.

ବ୍ରେକିଂ