ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଦୁଇଟି ସ୍ଥାନରେ ଚଢାଉ

ଭୁବନେଶ୍ୱର:  ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ । ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଧରିଆ ମାଝୀ ବୋଲି ଜଣାପଡିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ ଟିମ । ଧରିଆ ମାଝୀଙ୍କର ବାସଭବନ ସମେତ ଏକକାଳୀନ ପାଞ୍ଚଟି ଜାଗାରେ ଚଢାଇ କରାଯାଇଛି । କୁଳିଅଣା ଅଫିସ, ବାରିପଦାର କାଳିକାପୁର ବାସଭବନ, କୋଷ୍ଠାଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆ ଖୋଲଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘର ଉପରେ ଏକ ସାଙ୍ଗରେ ଚଢାଉ ହୋଇଛି । ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ୪ଟି ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି । ଉଭୟ ମୟୂରଭଞ୍ଜ ଏବଂ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଛନ୍ତି ।

ସେହିପରି ଆୟର ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଝାରସୁଗୁଡ଼ା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସର ଚଢ଼ାଉ କରିଛି । ଝାରସୁଗୁଡ଼ା ଏଲ ଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର,ସୁନ୍ଦରଗଡ଼ ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନଶ୍ଵରର ଏକ ଘରେ ମଧ୍ୟ  ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ