ଅବକାରୀ ସବ୍-ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର : ଅବକାରୀ ସବ୍-ଇନ୍ସପେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢାଉ । ରସୁଗୁଡା ବେଲପାହାଡରେ ଅବକାରୀ ସବ୍-ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଏକକାଳୀନ ୪ଟି ସ୍ଥାନରେ ଏହି ଚଢାଉ ଜାରି ରହିଛି ।

ଦେବେନ୍ଦ୍ର ପ୍ରହରାଜଙ୍କ ବେଲପାହାଡ ସ୍ଥିତ ଅବକାରୀ ଅଫିସ, ସମ୍ବଲପୁରର କଲ୍ୟାଣୀ ନଗର ଏବଂ ଗୋବିନ୍ଦତୋଳା ସ୍ଥିତ ବାସଭବନ ଏବଂ ଅବକାରୀ ଇଆଇବି ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ତେବେ ଏପର୍ଯ୍ୟନ୍ତ ବେଆଇନ ସମ୍ପତ୍ତିର ଆକଳନ ହୋଇନଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ