ଯାଜପୁରରେ ଡକାୟତି ଗ୍ୟାଙ୍ଗର ପର୍ଦ୍ଦାଫାଶ, ୫ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ପୋଲିସକୁ ମିଳିଛି ବଡଧରଣର ସଫଳତା । ଏକ ଡକାୟତି ଗ୍ୟାଙ୍ଗକୁ ଠାବ କରିବାରେ ସଫଳ ହୋଇଛି ଧର୍ମଶାଳା ପୋଲିସ । ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସହ ୫ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୪ଟି ସୁନା ଚେନ, ୨ଟି ବାଇକ୍‌, ୮ଟି ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । । ଗିରଫ ପରେ ଆଜି ଏମାନଙ୍କୁ କୋର୍ଟଚାଲାଣ କରାଯାଇଛି ।

ବିଶେଷ କରି ଏହି ଗ୍ୟାଙ୍ଗ ଜାତୀୟ ରାଜପଥରେ ଯାଉଥିବା ମହିଳାମାନଙ୍କୁ ଟାର୍ଗେଟ କରି ଛିନତାଇ କରିଥାନ୍ତି । ଏମାନଙ୍କ ନାମରେ ଜିଲ୍ଲା ତଥା ଜିଲା ବାହାରର ବିଭିନ୍ନ ଥାନାରେ ୧୦ରୁ ଅଧିକ ଛିନତାଇ ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।

ଗିରଫ ଅଭିଯୁକ୍ତ ହେଲେ ମାଷ୍ଟରମାଇଣ୍ଡ କଟକ ସଦର ଥାନା ବ୍ରାହ୍ମଣୀଝରିଲୋ ଗ୍ରାମର କୁଦୁଶ ଖାନ୍‌କୁ ପୋଲିସ ,ସଦର ଥାନା ଅଞ୍ଚଳର ୟୁନୁସ ଖାନ୍‌, ଜଗତସିଂହପୁର ଥାନା କେନ୍ଦଳା ଅଂଚଳର ଜ୍ଞାନ ରଂଜନ ସାହୁ, ବାଲେଶ୍ୱର ଥାନା ଖନ୍ତପଡା ଅଂଚଳର ସୁଶାନ୍ତ କୁମାର ଜେନା, ବ୍ରହ୍ମବରଦା ଅଂଚଳର ମହେଶ୍ୱର ସାହୁ । ବିଭିନ୍ନ ସ୍ଥାନରେ ଚଢାଉ କରି ଏମାନଙ୍କୁ ଗିରଫ କରିଥିବା ଧର୍ମଶାଳା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.

ବ୍ରେକିଂ