ଟ୍ରେନରେ ଡକାୟତି କରୁଥିବା ୬ ଜଣିଆ ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ଯାତ୍ରୀଙ୍କ ବେଶରେ ଟ୍ରେନରେ ପଶି ଲାପଟପ ସହ ମୋବାଇଲ ନେଇ ଚମ୍ପଟ ମାରୁଥିବା ଡକାୟତୀ ଗ୍ୟାଙ୍ଗକୁ ଗିରଫ କରାଯାଇଛି  ଭୁବନେଶ୍ବର ଷ୍ଟେସନରେ ସିରିଜ ଲାପଟପ ଡକାୟତି କରିଥିଲେ ଏହି ଗ୍ୟାଙ୍ଗ । ଏହି ମାମଲାରେ ଆରପିଏଫ ଓ ଜିଆରପିର ସ୍ବତନ୍ତ୍ର ଇନପୁଟରେ  ୬ଜଣିଆ ଡକାୟତି ଗ୍ଯାଙ୍ଗକୁ ଗିରଫ କରାଯାଇଛି।

ଗିରଫ ବ୍ୟକ୍ତିଙ୍କ ପରିଚୟ ସିମାଞ୍ଚଳ ପାଢୀ, ବିଶ୍ଵଜିତ ପଣ୍ଡା, ଜୟଦେବ ଦାସ, ସନ୍ତୁ ଦାସ, ରବି ବେହେରା ଏବଂ ଗୋବିନ୍ଦ ସାହୁ ନାମରେ ହୋଇଛି । ସେମାନଙ୍କ ଠାରୁ ୩ଟି ଲାପଟପ ୬ ଟି ମୋବାଇଲ ଫୋନ,  ଗୋଟିଏ କମ୍ପ୍ୟୁଟର ସିଷ୍ଟମ୍, ୩ ଏଟିଏମ୍ ସ୍ୱାଇପ୍ ମେସିନ୍ ଏବଂ ପ୍ରିଣ୍ଟିଂ ମେସିନ୍  ସହ ମାରଣାସ୍ତ୍ର ଜବତ କରାଯାଇଛି । 

ତେବେ ସେମାନଙ୍କ ମଧ୍ଯରୁ ଦୁଇଜଣ ଅଭିଯୁକ୍ତ ରବି ବେହେରା ଏବଂ ଗୋବିନ୍ଦ ସାହୁ କୋଭିଡ ପଜିଟିଭ ଥିବା ଜଣାପଡିଛି । ସେମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଛି ।  ଅନ୍ୟ ଚାରିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ