‘ଡ୍ୟାନ୍ସ ଦିବାନେ-୩’ର ଜଜ ଧର୍ମେଶ ୟେଲାଣ୍ଡେ କରୋନା ସଂକ୍ରମିତ

ମୁମ୍ବାଇ : ଟିଭି ରିଆଲିଟି ଶୋ’ ‘ଡ୍ୟାନ୍ସ  ଦିବାନେ-୩’ ର ଜଜ ଧର୍ମେଶ ୟେଲାଣ୍ଡେ କରୋନାରେ ସଂକ୍ରମିତ ହୋଇଛନ୍ତି। ଅତୀତରେ, ଶୋ’ର ୧୮ ଜଣ କ୍ରୁ ସଦସ୍ୟ କୋଭିଡ ପଜିଟିଭ ବୋଲି ଜଣାପଡିବା ପରେ, ଶୋ’ ସହିତ ଜଡିତ ଅନ୍ୟମାନଙ୍କର କରୋନା ପରୀକ୍ଷା କରାଯାଇଥିଲା । ଯେଉଁଥିରେ ଧର୍ମେଶ ୟେଲାଣ୍ଡେ ଏବଂ ନିର୍ମାତା ଅରବିନ୍ଦ ରାଓଙ୍କ କୋଭିଡ -୧୯ ରିପୋର୍ଟ ପଜିଟିଭ ଆସିଛି। ସେପଟେ ମାଧୁରୀ ଦୀକ୍ଷିତ ଏବଂ ରାଘବ ଜୁୟାଲଙ୍କ ରିପୋର୍ଟ ନେଗେଟିଭ ଥିବା ଜଣାପଡିଛି ।

‘ଡ୍ୟାନ୍ସ  ଦିବାନେ-୩’ ର ଜଜ ଧର୍ମେଶ ଆଗାମୀ ଏପିସୋଡର ଅଂଶ ହେବେ ନାହିଁ ।  ଧର୍ମେଶ କରୋନା ସଂକ୍ରମିତ ହେବା ପରେ ଶୋ’ ରେ କୋରିଓଗ୍ରାଫର ପୁନିତ ପଠକଙ୍କୁ ତାଙ୍କ ସ୍ଥାନ ଦିଆଯିବ। ଧର୍ମେଶ ଗୋଆରେ ଥିଲେ ଯେତେବେଳେ ସେ ସାମାନ୍ୟ ଲକ୍ଷଣ ଅନୁଭବ କରିଥିଲେ। ଯାହା ପରେ ସେ ତାଙ୍କର ପରୀକ୍ଷା  କରିଥିଲେ ।

ଅନ୍ୟପକ୍ଷରେ କରୋନା ଟିକାର ପ୍ରଥମ ଡୋଜ ନେବା ପରେ ଅଭିନେତ୍ରୀ ତଥା ରାଜନେତା ନଗମା କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ବିଷୟରେ ଅଭିନେତ୍ରୀ ନିଜ ଟ୍ୱିଟରରେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ