ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଅକ୍ଟୋବର ୧୨ ରୁ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରି ଆବେଦନ କରିପାରିବେ । ଏହାପରେ ଅକ୍ଟୋବର ୩୦ ରେ ପ୍ରକାଶ ପାଇବ ମେରିଟ୍‌ ଲିଷ୍ଟ । ଏହାପରେ ନଭେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ନାମଲେଖା ପକ୍ରିୟା ଆରମ୍ଭ ହେବ । ଏକାଡେମୀଙ୍କ ଅଧିବେଶନ ୨୦୨୦-୨୦୨୧ ବର୍ଷ ପାଇଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ଇ-ଆଡମିଶନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିପରି ଅକ୍ଟୋବର ୧୨ ରେ ଅନଲାଇନ ମାଧ୍ୟମରେ ସାମ୍ସ ୱେବ୍‌ସାଇଟରେ ଖାଲିଥିବା ସିଟର ସଂଖ୍ୟା ପ୍ରକାଶ ପାଇବ । କେଉଁ କଲେଜରେ କେଉଁ ବିଭାଗରେ କେତେ ସିଟ୍‌ ବଲକା ରହିଛି ତାହା ପ୍ରକାଶ କରାଯିବ । ନଭେମ୍ବର ୯ ତାରିଖରେ ପୁନର୍ବାର ସ୍ପଟ୍‌ ନାମଲେଖା ପାଇଁ ମେରିଟ ଲିଷ୍ଟ ପ୍ରକାଶ ପାଇବ । ନଭେମ୍ବର ୧୧ ଓ ୧୨ ତାରିଖରେ ସ୍ପଟ ଆଡମିଶନ କରାଯିବ । ଏହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁମାନେ ପ୍ରଥମ ପର୍ଯ୍ୟାୟରେ କୌଣସି ସିଟ୍‌ ପାଇନାହାନ୍ତି ସେମାନେ ଦ୍ବିତୀୟ ପର୍ଯ୍ୟାୟରେ ଆବେଦନ କରିବେ ।

Leave A Reply

Your email address will not be published.

ବ୍ରେକିଂ