ୟୁଜି-ପିଜି ପରୀକ୍ଷା ନେଇ ଆଜି ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର : ୟୁଜି(ସ୍ନାତକ) ଓ ପିଜି(ସ୍ନାତକୋତ୍ତର) ପରୀକ୍ଷା ଉପରେ ଆଜି ଚୁଡ଼ାନ୍ତ ନିଷ୍ପତ୍ତି ଆସିପାରେ। ମହାମାରୀ ସମୟରେ କେମିତି ହେବ ପରୀକ୍ଷା ତାକୁ ନେଇ ନିଷ୍କର୍ଷ ବାହାରି ପାରେ । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏବଂ ପରୀକ୍ଷା ସମ୍ପର୍କିତ କୁଳପତିମାନଙ୍କ ବୈଠକ ଅନୁଷ୍ଠିତ ହେବ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମେତ ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କ ସମେତ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟମାନେ ଯୋଗଦେବେ ।

ଅନଲାଇନ୍‌ରେ ଯୋଗଦେଇ କୁଳପତିମାନେ ସେମାନଙ୍କ ସହ ଅନୁବନ୍ଧିତ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସ୍ନାତକ ଓ ସ୍ନାତକୋତର ପରୀକ୍ଷା ବିଷୟରେ ଆଲୋଚନା କରିଥିବା ପ୍ରସଙ୍ଗ ଉଲ୍ଲେଖ କରିବେ । ସେମାନଙ୍କ ମତାମତକୁ ଆଧାର କରି ପରୀକ୍ଷା ପ୍ରସଙ୍ଗରେ ବିଚାର ବିମର୍ଶ କରାଯିବ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ।

ଗତ ୧୨ ତାରିଖରେ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଥିଲା। ୟୁଜି ଓ ପିଜି ପରୀକ୍ଷା କେମିତି ହେବ, ସେ ନେଇ କୁଳପତିମାନଙ୍କ ମତାମତ ନିଆଯାଇଥିଲା। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏ ନେଇ ବିଭିନ୍ନ ଜିଲ୍ଲାରେ ରେ ଥିବା ବିଶ୍ୱ ବିଦ୍ୟାଳୟ ର କୁଳପତି ମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ସମସ୍ତ କୁଳପତି ମାନେ ଏ ନେଇ ଛାତ୍ରଛାତ୍ରୀ ଙ୍କ ସହ ଆଲେଚନା କରିବା ପାଇଁ ମଧ୍ୟ ୭ ଦିନ ର ସମୟ ଦିଆଯାଇ ଥିଲା।

Leave A Reply

Your email address will not be published.

ବ୍ରେକିଂ