ନଦୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର

ପାଟଣାଗଡ: ନଦୀରୁ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ସହର ଦେଇ ଯାଇଥିବା ମାୟାବତୀ ନଦୀ କୁଳରୁ ଏକ ଅଜଣା ଯୁବତୀଙ୍କ ଗଳିତ ମୃତଦେହ କରାଯାଇଛି । ଖବର ପାଇ ପାଟଣାଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଛି । ସେହିପରି ନାବାଳିକାଙ୍କ ପରିଚୟ ଏଯାବତ ଜଣାପଡିନାହିଁ ।

ସୂଚନାମୁତାବକ ମାୟାବତୀ ନଦୀ କୁଳରେ ଏକ ମୃତଦେହ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ପରେ ପାଟଣାଗଡ ପୋଲିସ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତଦେହଟି ଦୁଇରୁ ତିନି ଦିନର ହେବ ବୋଲି ଅନୁମାନ କରାଯାଉଥିବା ବେଳେ ବୟସ ୧୩ ରୁ ୧୪ ବର୍ଷ ହେବ ବୋଲି କୁହାଯାଉଛି । ଅଗ୍ନିଶମ ବାହିନୀ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଛି ଏବଂ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ