ବାତ୍ୟାର ରୂପ ନେଲା ଗଭୀର ଅବପାତ

ଭୁବନେଶ୍ୱର: ବାତ୍ୟାରେ ପରିଣତ ହେଲା ଗଭୀର ଅବପାତ । ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀରତ ଅବପାତ ବାତ୍ୟାର ରୂପ ନେଇଛି । ଏଥିପାଇଁ ଉତ୍ତର ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଦିଆଯାଇଛି । ବାତ୍ୟା ଗୁଲାବ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ପଶ୍ଚିମ ଦିଗରେ ଗତି କରୁଛି । ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ବାତ୍ୟା ଗୁଲାବ ଏବେ ଗୋପାଳପୁର ଠାରୁ ୩୭୦ କିଲୋମିଟର ଦୂରରେ ରହିଛି । ସେହିଭଳି ଆନ୍ଧ୍ରର କଳିଙ୍ଗପଟ୍ଟନମ ଠାରୁ ୪୪୦ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସଂଧ୍ୟାରେ ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ । କଳିଙ୍ଗପଟ୍ଟନମ ଓ ଗୋପାଳପୁର ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

Leave A Reply

Your email address will not be published.

ବ୍ରେକିଂ