ରାଜସ୍ଥାନ ରୟାଲ୍ସକୁ ୩୩ ରନରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ : ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସର ସହଜ ବିଜୟ । ଆଇପିଏଲ ୨୦୨୧ର ୩୬ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୩୩ ରନରେ ରାଜସ୍ଥାନକୁ ପରାସ୍ତ କରିଛି । ଫଳରେ ଦୁଇ ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି ।

ଇଣ୍ଡିଆନ ପ୍ରିମିୟର ଲିଗ୍‌ ଆଇପିଏଲରେ ଆଜିର ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମ ବ୍ୟାଟିଂକରି ୬ ଓ୍ବିକେଟ ହରାଇ ୧୫୪ ରନ ସଂଗ୍ରହ କରିଥିଲା ଦିଲ୍ଲୀ । ୧୫୫ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ମାତ୍ର ୧୨୧ ରନ କରିବାକୁ ସକ୍ଷମ ହୋଇଥିଲା । ଫଳରେ ମ୍ୟାଚକୁ ଦିଲ୍ଲୀ ସହଜରେ ବିଜୟ ହୋଇଥିଲା ।   ।

ଦଳ ପକ୍ଷରୁ ସାମସନ୍‌ ୭୦ , ଲିୟାମ ଲିଭିଙ୍ଗଷ୍ଟନ୍‌ ୧ରନ, ଜସସ୍ବୀ ଜୟସଓ୍ବାଲ ୫ ରଦ ଓପନିଂ ବ୍ୟାଟ୍ସମ୍ୟାନ ଭାବେ ଫେଲ ମାରିଥିଲେ । ଡେଭିଡ୍‌ ମିଲର ୭ରନ, ମହିପାଲ ଲୋମରୋର୍‌ ୧୯, ରିୟାନ ପରାଗ୍‌ ୨, ରାହୁଲ ତେଓ୍ବାତିୟା ୯ ରନ କରି ଆଉଟ ହୋଇଛନ୍ତି ଏବଂ ତବରିଜ୍‌ ସାମସୀ ୨ ରନ କରି ଅପରାଜିତ ରହିଛନ୍ତି ।

ଅନ୍ୟପଟେ ଦିଲ୍ଲୀର ବୋଲର ମାନେ କୌଣସି ହାତ ଖୋଲା ସଟ୍‌ ଖେଳିବାକୁ ଦେଇନଥିଲେ । ଅବେସ୍‌ ଖାନ ୪ ଓଭରରେ ୨୯ ରନ ଦେଇ ୧ ଓ୍ବିକେଟ ନେଇଥିବା ବେଳେ, ଏନରିଚ୍‌ ନୋର୍ଟ୍‌ଜେ ୪ଓଭରରେ ୧୮ ରନ ୨ ଓ୍ବିକେଟ୍‌, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୦ ରନ ୧ ଓ୍ବିକେଟ୍‌, କାଗିସୋ ରାବାଡା ୪ ଓଭରରେ ୨୬ ରନ ୧ ଓ୍ବିକେଟ ଏବଂ ଅକ୍ଷର ପଟେଲ ୪ ଓଭରରେ ୨୭ ରନ ଦେଇ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ଶ୍ରେୟସ୍‌ ଆୟର ଏବଂ ସିମ୍ରନ୍‌ ହେଟମାୟରଙ୍କ ଉପଯୋଗୀ ଇନିଂସ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୫୪ ରନ କରିଥିଲା । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପୃଥ୍ବୀ ସ ୧୦ ରନ କରି ଆଉଟ ହୋଇଥିବା ବେଳେ ଶିଖର ଧାଓ୍ବନ ୮ ରନ କରି ଆଉଟ ହୋଇଥିଲେ । ସେହିଭଳି ଶ୍ରେୟସ ଆୟର ଚମତ୍କାର ଇନିଂସ ଖେଳି ୩୨ ବଲରେ ଗୋଟିଏ ଚୌକା ଏବଂ ୨ଟି ଛକା ସହାୟତାରେ ୪୩ ରନ କରି ଆଉଟ ହୋଇଥିବା ବେଳେ, ଋଷଭ ପନ୍ତ ୨୪ ରନ, ସିମ୍ରନ୍‌ ହେଟମାୟର ୨୮ ରନ, ଅକ୍ଷର ପଟେଲ ୧୨ ରନ କରି ଆଉଟ ହୋଇଛନ୍ତି । ଲଳିତ ଯାଦବ ୧୪ ଏବଂ ରବିଚନ୍ଦ୍ରନ ଅଶ୍ବିନ ୬ ରନ କରି ଅପରାଜିତ ଥିଲେ ।

Leave A Reply

Your email address will not be published.

ବ୍ରେକିଂ