ଦିଲ୍ଲୀରେ ନବମ ଓ ଏକାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : କରୋନା ମହାମାରୀ ସମୟରେ ସିବିଏସ୍ଇ ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିବାକୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଦେଶର ବିଭିନ୍ନ ରାଜ୍ୟ ସରକାର ନିଜ ନିଜ ରାଜ୍ୟ ପରୀକ୍ଷାକୁ ବାତିଲ କରିଛନ୍ତି । ଏଥି ସହିତ, ବର୍ତ୍ତମାନ ଦିଲ୍ଲୀ ସରକାର ମଧ୍ୟ ବିଦ୍ୟାଳୟରେ ନବମ ଏବଂ ଏକାଦଶ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଏହି ସୂଚନା ଦେଇଛନ୍ତି ।

ମନୀଷ ସିସୋଦିଆ କହିଛନ୍ତି ଯେ, ଦିଲ୍ଲୀର ନବମ ଏବଂ ଏକାଦଶ ପରୀକ୍ଷା ବର୍ତ୍ତମାନ ବାତିଲ ହୋଇଛି । ଯେଉଁ ବେସରକାରୀ ବିଦ୍ୟାଳୟଗୁଡ଼ିକ ଆର୍ଦ୍ଧବାର୍ଷିକ କିମ୍ବା ବାର୍ଷିକ ପରୀକ୍ଷା କରାଇସାରିଛନ୍ତି ସେହି ଅନୁସାରେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଫଳାଫଳ ଘୋଷଣା କରିପାରିବେ ।

ଉପ-ମୁଖ୍ୟମନ୍ତ୍ରୀ ତଥା ଶିକ୍ଷା ମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆମେ ପରୀକ୍ଷା ଏବଂ ଆଡମିଶନ ପ୍ରକ୍ରିୟାକୁ ସମୀକ୍ଷା କରିଛୁ ଏବଂ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ, ଯେଉଁଥିରେ ଶ୍ରେଣୀ ୯ ଏବଂ ୧୧ ପରୀକ୍ଷା ପୂର୍ବରୁ ସ୍ଥଗିତ ରଖାଯାଇଥିଲା, ବର୍ତ୍ତମାନ ତାହା ରଦ୍ଦ କରାଗଲା । ଦିଲ୍ଲୀର ସରକାରୀ ବିଦ୍ୟାଳୟରେ ନବମ ଏବଂ ଏକାଦଶର ଫଳାଫଳ ଜୁନ୍ ୨୨ ରେ ଘୋଷଣା କରାଯାଇପାରେ । ଫଳାଫଳ ଶିକ୍ଷା ବିଭାଗର ୱେବସାଇଟରେ ପ୍ରକାଶ ପାଇବ । କୌଣସି ବିଦ୍ୟାଳୟ ଫଳାଫଳ ପ୍ରକାଶ ନାମରେ ଛାତ୍ରମାନଙ୍କୁ ଡାକି ପାରିବେ ନାହିଁ ବୋଲି ସେ କହିଛନ୍ତି ।

 

Leave A Reply

Your email address will not be published.

ବ୍ରେକିଂ