ଇଣ୍ଟରନେଟରୁ ମହିଳାଙ୍କ ଆପତ୍ତିଜନକ ଫଟୋ ହଟାଇବାକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ : ବିବାହିତ ମହିଳାଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଇଣ୍ଟରନେଟରୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ଦିଲ୍ଲୀ ହାଇକୋର୍ଟ ଗୁଗୁଲ, ୟୁଟ୍ୟୁବ, ଦିଲ୍ଲୀ ପୁଲିସର ସାଇବର ସେଲ ଏବଂ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସଂପର୍କିତ ସାଇଟ୍‌ ଏବଂ ଲିଙ୍କକୁ ଇଣ୍ଟରନେଟରୁ ହଟାଇବା ପାଇଁ କୁହାଯାଇଛି । ବିଚାରପତି ସୁବ୍ରମଣ୍ୟମ ପ୍ରସାଦ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଆସନ୍ତା ୧୬ ତାରିଖରେ କରିବାକୁ ସ୍ଥିର କରିଛନ୍ତି । ମହିଳାଙ୍କ ଆବେଦନ ଉପରେ ଜବାବ ରଖିବାକୁ ଗୁଗୁଲ, ୟୁଟ୍ୟୁବ, କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସାଇବର ସେଲକୁ ନିର୍ଦ୍ଦେଶ ଦେଇଛନ୍ତି ।

ଛଦ୍ମନାମରେ ପରିଚାଳିତ ହେଉଥିବା ଅଶ୍ଳୀଳ ସାଇଟଗୁଡ଼ିକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ଜଣେ ମହିଳା ଆବେଦନ କରିଛନ୍ତି । ସେହିଭଳି ସାଇଟରେ ପ୍ରକାଶ ପାଉଥିବା ମହିଳାଙ୍କ ନଗ୍ନ, ଯୌନ ସଂପର୍କିତ କିମ୍ବା ବିକୃତ ଫଟୋକୁ ମଧ୍ୟ ହଟାଇବା ପାଇଁ ଗୁଗୁଲକୁ ନିର୍ଦ୍ଦେଶ ଦେବା ଲାଗି ଆବେଦନରେ ପ୍ରାର୍ଥନା କରାଯାଇଛି । ଆସନ୍ତା ଶୁଣାଣି ପୂର୍ବରୁ ଆବେଦନକାରୀଙ୍କ ଏସବୁ ଫଟୋକୁ ହଟାଇବା ନିମନ୍ତେ ଗୁଗୁଲ, ୟୁଟ୍ୟୁବ, କେନ୍ଦ୍ର ଏବଂ ଦିଲ୍ଲୀ ପୁଲିସର ସାଇବର ସେଲର ଓକିଲମାନେ ପଦକ୍ଷେପ ନେବେ ବୋଲି କୋର୍ଟ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ