ଦିଲ୍ଲୀରୁ ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ଜଣେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ପାକିସ୍ତାନୀ ନାଗରିକ ଆତଙ୍କବାଦୀଙ୍କୁ ଲକ୍ଷ୍ମୀ ନଗରର ରମେଶ ପାର୍କରୁ ଗିରଫ କରିଛି।  ଏହି ଆତଙ୍କବାଦୀ ଜଣେ ଭାରତୀୟ ନାଗରିକଙ୍କ ନକଲି ପରିଚୟ ସହିତ ରହୁଥିଲା। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

ଗିରଫ ଆତଙ୍କବାଦୀ ନିକଟରୁ ଏକେ-୪୭ ଓ ହ୍ୟାଣ୍ଡ୍‌ ଗ୍ରେନେଡ୍ ଜବତ ହୋଇଛି ।  ଦିଲ୍ଲୀରେ ବିସ୍ଫୋରଣ ଘଟାଇବାକୁ ଏହି ଆତଙ୍କବାଦୀମାନେ ISI ଠାରୁ ତାଲିମ ନେଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ