କରୋନାର ଡେଲଟା ଭାରିଆଣ୍ଟ ଅତ୍ୟନ୍ତ ବିପଜ୍ଜନକ : ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ର ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସ୍ କରୋନାର ଡେଲଟା ଭାରିଆଣ୍ଟକୁ ନେଇ ପୁଣିଥରେ ଚେତାବନୀ ଦେଇଛନ୍ତି । ବିଶ୍ୱ ବର୍ତ୍ତମାନ କୋଭିଡ-୧୯ ମହାମାରୀର ଅତ୍ୟନ୍ତ କଠିନ ସମୟ ଦେଇ ଗତି କରୁଛି । ଏବେ ଡେଲ୍ଟା ଭାଇରସ ସବୁଠାରୁ ମାରାତ୍ମକ ହୋଇଥିବା ବେଳେ ଏହା ଲଗାତାର ରୂପ ବଦଳାଇ ଚାଲିଛି । ଏହି ଭାରିଏଣ୍ଟ ଅଧିକ ସଂକ୍ରାମକ ବୋଲି ସେ କହିଛନ୍ତି ।

ଯେଉଁ ଦେଶରେ କମ୍ ଲୋକଙ୍କୁ ଟିକା ଦିଆଯାଇଛି ସେଠାରେ ପୁଣିଥରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି । ଏବେ ଡେଲ୍ଟା ଭାରିଏଣ୍ଟ ପ୍ରାୟ ୯୮ ଦେଶକୁ ବ୍ୟାପିସାରିଥିବା ସେ କହିଛନ୍ତି । ଏହା ମାରାତ୍ମକ ହୋଇଥିବାରୁ ଆମକୁ ଅଧିକ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି । ତେଣୁ ଆସନ୍ତା ବର୍ଷେ ମଧ୍ୟରେ ସମସ୍ତ ଦେଶ ଅତିକମରେ ୭୦ ପ୍ରତିଶତ ଟିକା ଦେବାର ଲକ୍ଷ୍ୟ ରଖୁ ବୋଲି ସେ ମତ ରଖିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ