ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର

ଜୀବନଚର୍ଯ୍ୟା: ଡେଙ୍ଗୁ ହେଉଛି ଏକ ଭାଇରାଲ ସଂକ୍ରମଣ, ଯାହା କି ସାଧାରଣତଃ ଆଡିସ ପ୍ରଜାତିର ମଶାଙ୍କ ଦ୍ୱାରା ବ୍ୟାପିଥାଏ । ଏ ପ୍ରକାର ସଂକ୍ରମିତ ମଶା କାମୁଡିଲେ ଭାଇରସ ସଂକ୍ରମଣ ହୁଏ । ଆମ ଦେଶରେ ବର୍ଷା ଋତୁ ଆରମ୍ଭ ହୋଇଗଲା ମାତ୍ରରେ ଡେଙ୍ଗୁ ବ୍ୟାପେ । ଡିଇଏନଭି-୧, ଡିଇଏନଭି-୨, ଡିଇଏନଭି-୩ ଓ ଡିଇଏନଭି-୪ – ଏହି ଚାରି ପ୍ରକାର ଭାଇରସ ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ ।

ସଂକ୍ରମିତ ଲୋକର ରକ୍ତରେ ଡେଙ୍ଗୁ ଭାଇରସ ବ୍ୟାପିଥାଏ । ଡେଙ୍ଗୁର ଲକ୍ଷଣ ସାମାନ୍ୟରୁ ଗୁରୁତର ଓ ଅତି ଗୁରୁତର ହୋଇଥାଏ । ସଂକ୍ରମଣ ମରଣାନ୍ତକ ବି ହୋଇପାରେ । ମଶା କାମୁଡିବାର ୪ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ସାମାନ୍ୟ ଡେଙ୍ଗୁର ଲକ୍ଷଣ ଫ୍ଲୁ ର ଲକ୍ଷଣ ସଦୃଶ ହୋଇଥାଏ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାମାନ୍ୟ ଡେଙ୍ଗୁର ଲକ୍ଷଣଗୁଡିକ ହେଲା –- ଜ୍ୱର, ମୁଣ୍ଡବ୍ୟଥା, ଆଖି ପଛରେ ଯନ୍ତ୍ରଣା, ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା, ଅସୁସ୍ଥତା, ବାନ୍ତି-ରାସ୍-ଅତିଶୟ କ୍ଲାନ୍ତ।

ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ-ସିଡିସି ଅନୁସାରେ ଗୁରୁତର ଡେଙ୍ଗୁ କ୍ଷେତ୍ରରେ ସଂକେତ ଓ ଲକ୍ଷଣ ଟିକେ ବିଳମ୍ବରେ ଦେଖାଯାଏ । ଜ୍ୱର ଛାଡିବାର ୨୪ ରୁ ୪୮ ଘଂଟା ମଧ୍ୟରେ ଗୁରୁତର ଡେଙ୍ଗୁର ଲକ୍ଷଣ ପ୍ରକାଶ ପାଏ । ଏ କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ।

ଲକ୍ଷଣ ସବୁ ହେଲା –

  •  ତଳପେଟ ଯନ୍ତ୍ରଣା-ବାନ୍ତି (ଦିନକୁ ୩ ଥର ବାନ୍ତି ହେବା )
  • ନାକ ଓ ମାଢିରୁ ରକ୍ତ ପଡିବା-କ୍ଲାନ୍ତି,
  • ଚିଡଚିଡାପଣଏହାଛଡା ହାମରେଜିକ୍ ଜ୍ୱର ବି ଡେଙ୍ଗୁର ଲକ୍ଷଣ । ପ୍ଲେଟଲେଟ ହ୍ରାସ ହେଉଥିବାରୁ ଆକ୍ରାନ୍ତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ । ଅଧିକ ଶୋଷ ଲାଗେ ଓ ତ୍ୱଚା ଫିକା ପଡିଯାଏ ।

ପ୍ରତିକାର

  • ଡେଙ୍ଗୁ ପାଇଁ କୌଣସି ଆରୋଗ୍ୟକାରୀ ଚିକିତ୍ସା ବା ଟିକାକରଣ ଏ ଯାଏଁ ଉପଲବ୍ଧ ହୋଇନାହିଁ । ତେବେ, ଆକ୍ରାନ୍ତ ବ୍ୟକ୍ତିର ଲକ୍ଷଣ ଆଧାରରେ ଚିକିତ୍ସା କରାଯାଇପାରେ । ଚିକିତ୍ସା ଅପେକ୍ଷା ପ୍ରତିକାର ଉପରେ ପ୍ରାଧାନ୍ୟ ଦେଲେ ଡେଙ୍ଗୁରୁ ଜଣେ ସୁସ୍ଥ ହୋଇପାରିବ ।
  • ସକାଳେ ଓ ସଂଧ୍ୟାବେଳେ ଡେଙ୍ଗୁ ମଶାଗୁଡିକ ସକ୍ରିୟ ରହିଥାଆନ୍ତି । ତେଣୁ ଏ ସମୟରେ ଘରୁ ବାହାରକୁ ଯାଆନ୍ତୁ ନାହିଁ । ଯଦି ବା ବାହାରିବେ, ତାହାହେଲେ ଶରୀରକୁ ସଂପୂର୍ଣ୍ଣ ଘୋଡାଇ ରଖୁଥିବା ପୋଷାକ ପିନ୍ଧନ୍ତୁ ।
  • ଆପଣଙ୍କ ଚାରିପାଖ ସଫାସୁତୁରା ଓ ସ୍ୱଚ୍ଛ ରଖନ୍ତୁ । ସ୍ଥିର ପଚା ଓ ମଇଳା ପାଣିରେ ମଶାମାନଙ୍କ ବଂଶବୃଦ୍ଧି ଘଟିଥାଏ । ଆପଣଙ୍କ ଘର ଚାରିଆଡେ ଗାତ ବା କୌଣସି ଖାଲରେ ପାଣି ଯେପରି ନ ଜମେ , ତାହା ନିଶ୍ଚିତ କରନ୍ତୁ ।
  • ପାଣି ରଖୁଥିବା ପାତ୍ର ଘୋଡାଇ ରଖନ୍ତୁ ।ପିକ୍ ସମୟରେ ଆପଣଙ୍କ ଘରର ଝରକା କବାଟ ବନ୍ଦ ରଖନ୍ତୁ । ଡୋର୍ ଓ ୱିଣ୍ଡୋ ନେଟ୍ ଲଗାଇ ମଶାଙ୍କ ଆସିବାକୁ ରୋକନ୍ତୁ ।
  • ଶୋଇଲା ବେଳେ ମଶା ଧୂପ ଓ ଲୋସନ ବ୍ୟବହାର କରନ୍ତୁ । ମଶାରୀ ଟାଙ୍ଗି ଶୁଅନ୍ତୁ । ଦିନବେଳେ ବି ଏପରି କରନ୍ତୁ ।
  • ଘରର କୁଲର ପାଣି ସପ୍ତାହକୁ ଅନ୍ତତଃ ପରିବର୍ତ୍ତନ କରନ୍ତୁ । କାରଣ କୁଲରରେ ଜମୁଥିବା ପାଣିରେ ମଶାମାନେ ବଂଶବୃଦ୍ଧି କରନ୍ତି ।ଘରେ କୀଟାଣୁନାଶକ ସ୍ପ୍ରେ କରନ୍ତୁ ।
  • ଯଦି କୌଣସି ଲକ୍ଷଣ ଦେଖନ୍ତି, ତାହା ହେଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

୫ଟି ମଶା ନିରୋଧୀ ଗଛ:-

୧. ତୁଳସୀ ଗଛ

୨. ନିମ୍ବ ଗଛ

୩. ରୋଜମ୍ୟାରୀ

୪. ସିଟ୍ରୋନେଲା

୫. ଗେଣ୍ଡୁଫୁଲ ଗଛ

Leave A Reply

Your email address will not be published.

ବ୍ରେକିଂ