୨ ଦିନ ଯାଏଁ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ସତର୍କ ସୂଚନା

ଭୁବନେଶ୍ୱର: ୨ ଦିନ ଯାଏଁ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ସତର୍କ ସୂଚନା ଜାରି କରିଛି । ଆଜି ରାତିରୁ କାଲି ସକାଳ ୯ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଅନୁଗୁଳୁ,  ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ, ଖୋର୍ଦ୍ଧା, ନୟାଗଡ, ପୁରୀ, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ଜାରି ରହିଛି ।

ସେହିପରି ୨୫ ତାରିଖରୁ ସକାଳ ପର୍ଯ୍ୟନ୍ତ ମଧ୍ୟ ୯ଟା ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରାଯାଇଛି । ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ମୟୁରଭଞ୍ଜ, ଯାଜପୁର, ଅନୁଗୁଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ ଘନ କୁହୁଡି ସମ୍ଭାବନା ରହିଛି।

ତେବେ ଏନେଇ ପୋଲିସ ଓ ପରିବହନ ବିଭାଗ ସତର୍କ ରହିବାକୁ ଏସଆରସି ପରାମାର୍ଶ ଦେଇଛନ୍ତି । ସମ୍ପୃକ୍ତ ଜିଲ୍ଲାମାନଙ୍କରେ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ