ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ୱର: ରାଜ୍ୟରେ ମଣ୍ଡି ଅବ୍ୟବସ୍ଥାକୁ ନେଇ ଥମୁନି ରାଜନୀତି । ବିଧାନସଭାରେ ଆଜି ମଣ୍ଡିରେ ଧାନ ଉଠାଇବାକୁ ନେଇ ବିଜେପି ବିଧାୟକ ହୋ-ହାଲ୍ଲା କରିଛନ୍ତି । ମଣ୍ଡି ସମସ୍ୟା ପାଇଁ ବିଧାନସଭାରେ ଆତ୍ମହତ୍ୟା ଧମକ ଦେଇଛନ୍ତି ଦେବଗଡ଼ର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ମଣ୍ଡିରୁ ତୁରନ୍ତ ଧାନ ନଉଠିଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ସୁବାସ ।

ବିଧାୟକ ଅଭିଯୋଗ କରିଥିଲେ ଯେ, ଟୋକନରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଚାଷୀ ମାନେ ଏନେଇ ବିଧାୟକଙ୍କୁ ବାରମ୍ବାର ଅଭିଯୋଗ କରୁଛନ୍ତି । ସରକାର ଏନେଇ କୌଣସି ପଦକ୍ଷେପ ନେଉନାହାନ୍ତି ଓ ଏଥିପାଇଁ ସମ୍ପୁର୍ଣ୍ଣ ଭାବରେ ସରକାର ଦାୟୀ ଅଟନ୍ତି।

ସେହିପରି ଶୂନ୍ୟକାଳରେ ଗୃହରେ ଧାନକିଣା ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। ଧାନ କିଣା ବର୍ତ୍ତମାନ ରାଜ୍ୟରେ ବଡ ସମସ୍ୟା। ପଞ୍ଜିକରଣ ଚାଷୀଙ୍କଠାରୁ ସରକାର କିଣିବାକୁ ବାଧ୍ୟ । ଚାଷୀମାନଙ୍କୁ ଅଭାବୀ ବିକ୍ରି କରିବାକୁ ସରକାର ବାଧ୍ୟ କରୁଛନ୍ତି। ତୁରନ୍ତ ବିଭାଗୀୟ ମନ୍ତ୍ରୀ ଏବଂ ବିରୋଧୀ ସଦସ୍ୟଙ୍କୁ ଡାକି ଏ ସଂପର୍କରେ ଆଲୋଚନା କରନ୍ତୁ। ବାଚସ୍ପତିଙ୍କ ନିକଟରେ ଏପରି ଦାବି ରଖିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

 

Leave A Reply

Your email address will not be published.

ବ୍ରେକିଂ