ଜୁଆ ଆଡା ଉପରେ ଚଢାଉ, ୪ ଗିରଫ

ଦେବଗଡ:  ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମରେ ଜୁଆ ଆଡା ଠାବ । ଜୁଆ ଆଡା ଚାଲିଥିବା ବେଳେ ଅତର୍କିତ ଚଢାଉ କରି ୪ ଜଣକୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ମୋବାଇଲ ଫୋନ ,୪ଟି ବାଇକ ଓ ତାସ ଜବତ କରିବାରେ ସକ୍ଷମ ହୋଇଛି ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀ ଡାକି  ଏସ ପି  ରାଜ କିଶୋର ପାଇକରାୟ ସୂଚନା ଦେଇଛନ୍ତି ।

ସୁଚନା ଅନୁଯାୟୀ ଗୋଳାବନ୍ଧ ଫୁଟବଲ ପଡିଆ ପଛପଟେ ଜୁଆ ଆଡା ଚାଲିଥିଲା । କୌଣସି ସୂତ୍ରରୁ ଖବର ପାଇ ବାରକୋଟ ଥାନା ଅଧିକାରୀ କନକ ମାଝୀ ସେଠାରେ ସଦଳବଳେ ଚଢାଉ କରିଥିଲେ । ପୁଲିସକୁ ଦେଖି କେତେକ ଜୁଆଡି ଫେରାର ହୋଇଯାଇଥିବା ବେଳେ ଗୋଳାବନ୍ଧ ଗ୍ରାମର ବିଭୁ ନାଏକ , କଲା ଗ୍ରାମର ଦିପକ କୁମାର ପ୍ରଧାନ ,ମାନସ ପ୍ରଧାନ ଓ ଚନ୍ଦ୍ର ଶେଖର ବେହେରାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏଥିସହ ସେମାନଙ୍କୁ ଆଜି କୋର୍ଟ ଚାଳାଣ କରାଯିବା  ନେଇ ଏସପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ