ଶ୍ରୀପଞ୍ଚମୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁନା ଓ ରୂପା ଦାନ କଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିପୁଳ ପରିମାଣ ସୁନା ଓ ରୂପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ। ଉକ୍ତ ଶ୍ରଦ୍ଧାଳୁଙ୍କ ପ୍ରତିନିଧି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ସୁନା ଅଳଙ୍କାର ଦାନ କରିଛନ୍ତି ।

ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ ୮୭୬ ଗ୍ରାମ ରୂପା ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କିଷନ କୁମାରଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନକୁ ଏହି ଅଳଙ୍କାର ହସ୍ତାନ୍ତର କରାଯାଇଛି । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବୃବହୃତ କରାଯିବ।

ଏସବୁ ଅଳଙ୍କାର ମଧ୍ୟରେ ରହିଛି ବଡ଼ ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖପଦ୍ମ, ୨ଟି ଝୋବା, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖପଦ୍ମ ଓ ୨ଟି ଝୋବା, ସୁଭଦ୍ରାଙ୍କ ପାଇଁ ୨ଟି ତଡ଼କି ଓ ୨ଟି ଝୋବା ।

Leave A Reply

Your email address will not be published.

ବ୍ରେକିଂ