ଅଗଷ୍ଟ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଅଗଷ୍ଟ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ । ଭାରତରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗିଥିବା କଟକଣା ଅଗଷ୍ଟ ୩୧କୁ ବୃଦ୍ଧି କରାଯାଇଛି । କୋରୋନାର ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ଭାରତୀୟ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏନେଇ ସୂଚନା ଦେଇଛନ୍ତି ।

କାର୍ଗୋ ବିମାନ ଏବଂ ଡିଜିସିଏ ର ଅନୁମତିରେ ଚାଲୁଥିବା ସ୍ବତନ୍ତ୍ର ବିମାନ ଉପରେ ଏହି କଟକଣା ଲାଗୁ ହେବ ନାହିଁ । ଏଥିସହ ଆବଶ୍ୟକ ପଡିଲେ ସକ୍ଷମ ଅଧିକାରୀଙ୍କ ଦ୍ବାରା ମନୋନୀତ କିଛି ନିର୍ଦ୍ଧିଷ୍ଟ ରୁଟରେ ଅନ୍ତରାଷ୍ଟ୍ରୀୟ ବିମାନ ଉଡାଣକୁ ଅନୁମତି ଦିଆଯାଇପାରେ ।

ଏହା ପୂର୍ବରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଯାଇଥିଲା । ଏହି କଟକଣା ଅବଧି ଆସନ୍ତା ଶନିବାର ଦିନ ସରିବାକୁ ଥିବାବେଳେ ଡିଜିସିଏ ଆଉ ଏକ ମାସ ଯାଏଁ ଏହି କଟକଣା ଅବଧି ବଢାଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ