ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଲକାନଗିରିରେ ପୋଲିସ ଡ଼ିଜିଙ୍କ ମାଓ ସମୀକ୍ଷା

ମାଲକାନଗିରି: ମାଲକାନଗିରିରେ ପୋଲିସ ଡ଼ିଜି ଅଭୟ । ମାଥିଲି ବ୍ଲକ ଅନ୍ତର୍ଗତ ତୁଲସୀ ପାହାଡ଼ ଏନକାଉଣ୍ଟର ପରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ପୋଲିସ ଡ଼ିଜି । ଏହି ଅବସରରେ ସେ ଯବାନଙ୍କ ସହ ଆଲୋଚନା କରିଛନ୍ତି । ଗତକାଲି ପୋଲିସ ଗୁଳିରେ ନିହତ ହୋଇଥିଲେ ୩ ମାଓବାଦୀ ।

ମୃତକଙ୍କ ମଧ୍ୟରେ ୨ ମହିଳା ଓ ଜଣେ ପୁରୁଷ ମାଓବାଦୀ ଥିଲେ । ଏମାନଙ୍କ ପରିଚୟ ମିଳିଥିବା ପ୍ରକାଶ କରିଛନ୍ତି ଅଭୟ। ତେବେ ମୃତ ମାଓବାଦୀମାନଙ୍କ ମଧ୍ୟରେ ଅନିଲ@କିଶୋର@ମୁକା ସୋଡି (ଜଣେ ବ୍ୟକ୍ତି)ଙ୍କ ଘର କାଲିମେଲାର ସୁଧାକୋଣ୍ଡା ହୋଇଥିବା ବେଳ ସୋନି, ଛତିଶଗଡ ମାଓନେତ୍ରୀ ଥିଲେ । ସେହିଭଳି ମାଓନେତ୍ରୀ ଚିନ୍ନା ରାଓ ସିଏ, ଅରୁଣାର ସୁରକ୍ଷା ଦଳ ସହିତ କାମ କରୁଥିବା ଜଣାପଡିଛି । ତାଙ୍କ ମୁଣ୍ଡଉପରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏହି ୩ ଜଣ ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତୀ ଅଞ୍ଚଳରେ ହତ୍ୟା, ଲୁଟ, ବିସ୍ପୋରଣ ଆଦି ମାଓ ହିଂସାକାଣ୍ଡରେ ସାମିଲ ଥିଲେ।

ସେହିପରି ତୁଳସୀ ପାହାଡ଼ ଅପରେସନ ସାରି ଆଜି ଫେରିଛନ୍ତି ପୋଲିସ ଟିମ। ଦୀର୍ଘ ୧୮ ରୁ ୨୦ ଘଣ୍ଟାର ଅପରେସନ ଚାଲିଥିଲା ।  ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ଗୋଟିଏ ଏସଏଲଆର ଓ ଇନସାସ ଜବତ ହୋଇଥିଲା । ଗୁଇନ୍ଦା ସୁଚନା ଅନୁସାରେ ୨ଟି ଟିମ୍ ଉପରେ ମାଓବାଦୀମାନେ ଗୁଳିବର୍ଷା କରିଥିଲେ । ମାଲକାନଗିରି ତୁଲସୀ ରିଜର୍ଭ ଫରେଷ୍ଟରେ ଗୁଳିବିନିମୟ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ