ଧର୍ମେନ୍ଦ୍ର ପ୍ରଧାନ ନୂଆ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ, ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ  :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଆଜି ସମ୍ପ୍ରସାରିତ ହୋଇଛି । ଯେଉଁଥିରେ ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଆଜି ମନ୍ତ୍ରିମଣ୍ଡଳରେ ବ୍ୟାପକ ଅଦଳବଦଳ କରାଯିବା ସହ ଅନେକ ମନ୍ତ୍ରୀଙ୍କୁ ପଦନ୍ନୋତି ମିଳିଥିବା ବେଳେ ଆଉ କିଛି ନେତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡିଛି।  ଧର୍ମେନ୍ଦ୍ର ପ୍ରଧାନଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ପଦ କଢାଯାଇ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ କରାଯାଇଛି। ସେହି ପରି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଆଜି ଶପଥ ନେଇଥିବା ପୂର୍ବତନ ପ୍ରଶାସନି ଅଧିକାରୀ ତଥା ରାଜ୍ୟସଭା ସାଂସଦ ଅଶ୍ଵିନୀ ବୈଷ୍ଣବଙ୍କୁ ରେଳ ସହ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ଭାବେ ନିଯୁକ୍ତ ମିଳିଛି।

ସେହି ପରି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମିଳିଛି। ହରଦୀପ ସିଂହ ପୁରୀଙ୍କୁ ପେଟ୍ରୋଲିୟମ ବିଭାଗ ସହ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମିଳିଛି। ପିୟୂଷ ଗୋଏଲଙ୍କୁ ବୟନ ଶିଳ୍ପ, ମନସୁଖ ମାଣ୍ଡଭିୟଙ୍କୁ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସହ ସାର ଓ ରସାୟନ ମନ୍ତ୍ରୀ ଦାୟିତ୍ଵ ମିଳିଛି।

ଅମିତ ଶାହାଙ୍କୁ ମିନିଷ୍ଟ୍ରୀ ଅଫ୍ କୋଅପରେସନ୍ ଦାୟିତ୍ୱ ମିଳିଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ମନସୁଖ ମାଣ୍ଡବୀୟଙ୍କୁ ଦିଆଯାଇଛି। ନୂଆ ମନ୍ତ୍ରିମଣ୍ଡଳରେ ମନସୁଖ ମାଣ୍ଡଭୀୟଙ୍କୁ ସ୍ୱାସ୍ଥ୍ୟ ବିଭାଗ ମିଳିଛି।  ସ୍ମୃତି ଇରାନୀଙ୍କୁ ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି । ଭୁପିନ୍ଦର ଯାଦବ ହେଲେ ଶ୍ରମ ଓ ପରିବେଶ ମନ୍ତ୍ରୀ ।  କିରଣ ରିଜିଙ୍କୁ ସଂସ୍କୃତି, ଆଇନ, ପର୍ଯ୍ୟଟନ ମନ୍ତ୍ରାଳୟ ଦାୟିତ୍ୱ  । ସର୍ବାନନ୍ଦ ସୋନୱାଲଙ୍କୁ ଆୟୁଷ ଓ ଉତ୍ତର-ପୂର୍ବାଞ୍ଚଳ ବ୍ୟାପାର ଦାୟିତ୍ବ ।

ସେହିପରି ମୀନାକ୍ଷୀ ଲେଖି ହେଲେ ବୈଦେଶିକ ଓ ସଂସ୍କୃତି ମନ୍ତ୍ରୀ । ଅନୁରାଗ ଠାକୁର ହେଲ ସୂଚନା-ପ୍ରସାରଣ, କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ । ଗିରିରାଜ ସିଂହ ଠାକୁର ହେଲେ ଗ୍ରାମ୍ୟ ଓ ଉନ୍ନୟନ ମନ୍ତ୍ରୀ । ପଶୁପତି ପାରସ ହେଲେ ଖାଦ୍ୟ ଓ ପ୍ରକ୍ରିୟାକରଣ ମନ୍ତ୍ରୀ । ପୁରୁଷୋତ୍ତମ ରୁପାଲା ହେଲେ ଦୁଗ୍ଧ ଓ ମତ୍ସ୍ଯ ସମ୍ପଦ ମନ୍ତ୍ରୀ ।

Leave A Reply

Your email address will not be published.

ବ୍ରେକିଂ