ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ଶୀତ ପାଇଁ ବଢୁଛି ପେଟ୍ରୋଲ-ଡିଜେଲର ଦାମ୍ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୀତ ସରିଗଲେ ଇନ୍ଧନର ଚାହିଦା କମିଯିବ, ଦାମ୍ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ଅନ୍ତରାଷ୍ଟ୍ରୀୟ ବଜାରରେ ପେଟ୍ରୋଲିୟମ ସାମଗ୍ରୀର ଦାମର ପ୍ରଭାବ ଗ୍ରାହକଙ୍କ ଉପରେ ପଡୁଛି । ଏହା ଏକ ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗ । ଶୀତ ଦିନେ ଚାହିଦା ବଢୁଥିବାରୁ ପେଟ୍ରୋଲିୟମ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟୁଛି । ଶୀତ ସହ ଏହାର ସମ୍ପର୍କ ରହୁଥିବାରୁ ଶୀତ କମିଲେ ତେଲ ଦାମ୍ ହ୍ରାସ ପାଇବ ବୋଲି କହିଛନ୍ତି ।

ସାରା ଦେଶରେ ପେଟ୍ରୋଲିୟମ ପଦାର୍ଥର ଦାମ୍ ହୁହୁ ହୋଇ ବଢିଚାଲିଛି । ପେଟ୍ରୋଲ ଡିଜେଲ ସମେତ ଇନ୍ଧନ ଗ୍ୟାସ୍‌ ବା ଏଲପିଜି ସିଲିଣ୍ଡରର ଦାମ୍ ଲଗାତର ଭାବେ ବୃଦ୍ଧି ପାଉଛି ।   କିଛି ସହରରେ ପେଟ୍ରୋଲର ଦାମ୍ ୧୦୦ ଟଙ୍କା ଟପିବା ପରେ ଗଣମାଧ୍ୟମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଏଭଳି ମନ୍ତବ୍ୟ ଚର୍ଚ୍ଚାରେ ବିଷୟ ପାଲଟିଛି।

Leave A Reply

Your email address will not be published.

ବ୍ରେକିଂ