ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବଢୁଥିବାରୁ ପେଟ୍ରୋଲ ଦର ବଢୁଛି: ଧର୍ମେନ୍ଦ୍ର

ଭୁବନେଶ୍ୱର: ଦେଶରେ ବେଲଗାମ ହେଉଛି ତୈଳ ଦର । ଦିନକୁ ଦିନ ଦ୍ରୁତ ଗତିରେ ବଢି ଚାଲିଛି ପେଟ୍ରୋଲ ଦର । ଓଡିଶାରେ ପେଟ୍ରୋଲ ଦର ସେଞ୍ଚୁରୀ ମାରିଛି। ପେଟ୍ରୋଲ ଦର ଅହେତୁକ ବୃଦ୍ଧିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦୁଇଟି କାରଣ ପାଇଁ ଦେଶରେ ପେଟ୍ରୋଲ ଦାମ ବଢ଼ି ଚାଲିଛି। ଗୋଟିଏ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦାମ ଅଧିକ ରହିଛି। ଅନ୍ୟ କାରଣଟି ହେଉଛି ରାଜ୍ୟ ଓ କେନ୍ଦ୍ର ସରକାର ଟ୍ୟାକ୍ସ ଲଗାଇବାରୁ ଦାମ ବଢ଼ିଛି। ମହାମାରୀ କରୋନା ପାଇଁ ଖର୍ଚ୍ଚ ବଢ଼ିଛି। ତେଣୁ ରାଜ୍ୟ ଓ କେନ୍ଦ୍ର ଟ୍ୟାକ୍ସ ଲଗାଇଛନ୍ତି। ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ରବିବାର ମାଲକାନଗିରି ଜିଲ୍ଲା କାଲିମେଳାରେ ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ କରିଥିଲା। ସେଠାରେ ପେଟ୍ରୋଲ୍ ଲିଟର ପ୍ରତି ୧୦୦ ଟଙ୍କା ୭୨ ପଇସା ଥିଲା ବେଳେ ଡିଜେଲ୍ ଲିଟର୍ ପିଛା ୯୮ ଟଙ୍କା ୨୯ ପଇସା ରହିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି ୯୪ ଟଙ୍କା ୭୨ ପଇସା ଓ ଡିଜେଲ୍ ଲିଟର୍ ପିଛା ୯୨ ଟଙ୍କା ୫୫ ପଇସାରେ ମିଳୁଛି।

Leave A Reply

Your email address will not be published.

ବ୍ରେକିଂ