ବିଶ୍ୱସ୍ତରୀୟ ପଦକ୍ଷେପ ପାଇଁ ଯୁବବର୍ଗଙ୍କୁ ନିୟୋଜିତ କରିବ ଧ୍ୱନି: ଟାଟା ଷ୍ଟିଲ୍

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଚଳିତ ବର୍ଷ ଜାନୁଆରୀ ୧୧-୧୨ ତାରିଖରେ ଏକ ଯୁବ କନକ୍ଲେଭ୍ ଧ୍ୱନି ଆୟୋଜନ କରାଯିବ । ଜାତୀୟ ଯୁବ ଦିବସ ଉପଲକ୍ଷେ ଆୟୋଜନ କରାଯାଉଥିବା ଧ୍ୱନିର ଚତୁର୍ଥ ସଂସ୍କରଣକୁ ଚଳିତ ବର୍ଷ ଅନଲାଇନ୍ ମାଧ୍ୟମରେ ଆୟୋଜନ କରାଯିବ ।

ତିନି ବର୍ଷ ଭିତରେ ଧ୍ୱନି ଏକ ବାର୍ଷିକ କାର୍ଯ୍ୟକ୍ରମରୁ ଆଗକୁ ବଢ଼ି ଯୁବବର୍ଗ ଏବଂ ସେମାନଙ୍କ ଅଭିଳାଷ ପାଇଁ ଏକ ମଞ୍ଚ ଭାବେ ଉଭା ହୋଇଛି । ଜାତିସଂଘର ଆନ୍ତର୍ଜାତିକ ଯୁବ ଦିବସ ବିଷୟବସ୍ତୁ କୈନ୍ଦ୍ରୀକ ଧ୍ୱନି ଯୁବବର୍ଗଙ୍କୁ ସେମାନଙ୍କ ଅଭିଳାଷ ପାଇଁ ନେଟ୍‌ୱର୍କ ଓ ସ୍ୱର ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ।

ଏହି କନକ୍ଲେଭ୍ ଅବସରରେ ଏହି କନକ୍ଲେଭ୍‌ରେ ଝାଡ଼ଖଣ୍ଡ ଓ ଓଡ଼ିଶା ଦୁଇ ରାଜ୍ୟର ୧୦୦୦ରୁ ଅଧିକ ଯୁବ ମସ୍ତିଷ୍କ ଏକତ୍ରୀତ ହେବେ । ବିଶିଷ୍ଟ ଚିନ୍ତାନାୟକ, ପରିବର୍ତନକାରୀ ଏବଂ ବିଷୟବସ୍ତୁ ବିଶେଷଜ୍ଞଙ୍କ ଭଳି ବିବିଧ ଆଭିମୁଖ୍ୟ ଯୋଡ଼ି ହେବେ ଏବଂ ସାମାଜିକ ପରିବର୍ତନ ପାଇଁ ସେମାନଙ୍କ ଚିନ୍ତାଧାରା ଏବଂ ପଦକ୍ଷେପ ଯୋଜନା ବାଣ୍ଟିବେ ।

ଜାତିସଂଘର ବିଷୟବସ୍ତୁ ବିଶ୍ୱ ପଦକ୍ଷେପ ଲାଗି ଯୁବବର୍ଗଙ୍କ ନିୟୋଜନ ଅନୁସାରେ ଆୟୋଜନ କରାଯାଉଥିବା ଧ୍ୱନିର ଉଦଘାଟନୀ ସମାରୋହରେ ଶ୍ରୀଯୁକ୍ତ ଟି ଭି ନରେନ୍ଦ୍ରନ, ସିଇଓ ଓ ଏମଡି, ଟାଟା ଷ୍ଟିଲ ଉଦବୋଧନ ଦେବେ। ସେହିପରି ଶ୍ରୀଯୁକ୍ତ ଚାଣକ୍ୟ ଚୌଧୁରୀ, ଉପ ସଭାପତି, କର୍ପୋରେଟ୍ ସେବା, ଟାଟା ଷ୍ଟିଲ୍ ପ୍ରମୁଖ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ପ୍ରତିନିଧିତ୍ୱ କରିବା ସମ୍ପର୍କରେ ସେମାନଙ୍କ ଆଭିମୁଖ୍ୟ ବାଣ୍ଟିବେ ।

ଏହି ଅଧିବେଶନରେ ଶିକ୍ଷା, ଜଳବାୟୁ ପଦକ୍ଷେପ, ଅର୍ଥନୈତିକ ବିକାଶ ଓ ଯୁବ ପ୍ରତିନିଧିତ୍ୱ ଭଳି କ୍ଷେତ୍ରରେ ଯୁବବର୍ଗଙ୍କ ନିୟୋଜନର ସବୁଠୁ ଉଲ୍ଲେଖନୀୟ ଉଦାହରଣ ବିଷୟରେ ଆଲୋଚନା ଓ ଆଲୋକପାତ କରାଯିବ । ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ଯୁବବର୍ଗଙ୍କ ଅଂଶଗ୍ରହଣ ଏବଂ ଅର୍ଥପୂର୍ଣ୍ଣ ସଂପୃକ୍ତିରେ ଥିବା ସୁଯୋଗକୁ ଏହି କନକ୍ଲେଭ୍ ସନ୍ଧାନ କରିବା ସହ ଉପାନ୍ତ ଅଂଚଳର ଯୁବବର୍ଗଙ୍କ ସ୍ୱର ଓ ପରିବର୍ତନ ଆଣିବା ଲାଗି ସେମାନଙ୍କ ଅଭିଯାନକୁ ପ୍ରସାର କରିବ ।

ବର୍ତମାନ ସୁଦ୍ଧା ଧ୍ୱନିରେ ଝାଡ଼ଖଣ୍ଡ ଓ ଓଡ଼ିଶାର ୧୫୦୦ରୁ ଅଧିକ ଯୁବପିଢ଼ି ଓ ସାରା ଭାରତର ଯୁବ ସମସ୍ୟା, ଯୁବ ପ୍ରତିଭାବାନ, ଶିକ୍ଷାବିତ, ବିକାଶ ପ୍ରାକ୍ଟିସନର, ଆଧ୍ୟାତ୍ମିକ ଶିକ୍ଷକ ଏବଂ ମାନବିକବିତ୍‌ମାନେ ଅଂଶଗ୍ରହଣ କରିବା ଦେଖିବାକୁ ମିଳୁଛି ।

ରୋଶନି ଫାଉଣ୍ଡେସନର ପ୍ରତିଷ୍ଠାତା ଓ ୨୦୧୬ର ଜାତୀୟ ଯୁବ ପୁରସ୍କାର ବିଜେତା ଶ୍ରୀଯୁକ୍ତ ପ୍ରବୀଣ ନିକମ ଓ ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀଯୁକ୍ତ ଚକ୍ରବର୍ତୀ ସିଂହ ରାଠୋର ମଧ୍ୟ ଏହି ଦୁଇ ଦିନିଆ ଅନଲାଇନ କାର୍ଯ୍ୟକ୍ରମରେ ଅନ୍ୟ ବିଶିଷ୍ଟ ବକ୍ତାଙ୍କ ସହିତ ଯୁବପିଢ଼ିଙ୍କ ସହ ଆଲୋଚନା କରିବେ ।

Leave A Reply

Your email address will not be published.

ବ୍ରେକିଂ