ଦ୍ୱିତୀୟ ବିବାହ କଲେ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜା

ମୁମ୍ବାଇ: ବଲିଉଡର ସୁନ୍ଦରୀ ତଥା ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା ପୁଣିଥରେ ବିବାହ କରିଛନ୍ତି। ଫେବ୍ରୁଆରି ୧୫ରେ ବିଜନେସ୍‌ ମ୍ୟାନ୍‌ ବୈଭବ ରେଖିଙ୍କ ସହିତ ଦିଆଙ୍କ ବାହାଘର ସରିଛି। ବାନ୍ଦ୍ରା ସ୍ଥିତ ଘରେ ସମସ୍ତ ରୀତିନୀତିରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଛି।

ସ୍ୱାମୀଙ୍କ ସହ ଦିଆ ବେଶ୍ ଖୁସି ଥିବା ନଜର ଆସିଛନ୍ତି। ରେଡ ବ୍ରାଇଡାଲ ସାଢୀ ସାଙ୍ଗକୁ କୁନ୍ଦନର ନେକ୍ଲେସ ତାଙ୍କୁ ଆହୁରୀ ସୁନ୍ଦରୀ କରି ଦେଇଛି।

ଦିୟାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ୨୦୧୪ରେ ସେ ଫିଲ୍ମ ନିର୍ମାତା ସାହିଲ ସଂଘାଙ୍କୁ ବିବାହ କରିଥିଲେ। ମାତ୍ର କୌଣସି କାରଣରୁ ୨୦୧୯ରେ ଅର୍ଥାତ୍‌ ବିବାହର ୫ ବର୍ଷ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ଏନେଇ ଦିଆ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ବୈଭକଙ୍କ ସମ୍ପର୍କରେ ଆସିଥିଲେ ଦିଆ। ଦୁହିଁଙ୍କ ମଧ୍ୟରେ ଗତ ଗୋଟିଏ ବର୍ଷ ହେଲା ସମ୍ପର୍କ ଭଲ ରହିଥିଲା। ଏବେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବୈଭବ ରେଖିଙ୍କ ଏକ ଛୋଟ ଝିଅ ମଧ୍ୟ ରହିଛି।

 

 

Leave A Reply

Your email address will not be published.

ବ୍ରେକିଂ