ତୈଳ ବଜାରରେ ନିଆଁ, ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ : ଘରୋଇ ବଜାରରେ ଆଜି ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ସରକାରୀ ତୈଳ କମ୍ପାନୀଗୁଡିକ ୨ ଦିନର ସ୍ଥିରତା ପରେ ଲଗାତାର ଦ୍ୱିତୀୟ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରିଛନ୍ତି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୯୨.୨୮ ଟଙ୍କା ହୋଇ ରେକର୍ଡ ସ୍ତରରେ ପହଞ୍ଚିଛି। ସେହିଭଳି ଦିଲ୍ଲୀରେ ତୈଳ ମୂଲ୍ୟରେ ନିଆଁ ଲାଗିଛି ।  ଆଜି ସାରା ଦେଶରେ ପେଟ୍ରୋଲ ଦର ୨୨ ରୁ ୨୬ ପଇସା ବୃଦ୍ଧି ପାଇଛି। ସେହିଭଳି ଡିଜେଲର ମୂଲ୍ୟ ୨୪ ରୁ ୨୭ ପଇସା ବୃଦ୍ଧି ପାଇଛି।

ଆଜି ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି। ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୮୫.୭୦ ଟଙ୍କା ହୋଇଛି। ସେହିଭଳି ଡିଜେଲ ଦର ଲିଟର ପିଛା ୨୫ ପଇସା ବୃଦ୍ଧି ପାଇ ୭୫.୮୮ ଟଙ୍କା ହୋଇଛି। ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ ୨୪ ପଇସା ବୃଦ୍ଧି ପାଇ ଲିଟର ପିଛା ୯୨.୨୮ ଟଙ୍କା ଏବଂ ଡିଜେଲ ଦର ୨୬ ପଇସା ବୃଦ୍ଧି ପାଇ ୮୨.୬୬ ଟଙ୍କା ହୋଇଛି। ସେହିପରି କୋଲକାତାରେ ପେଟ୍ରୋଲ ମୂଲ୍ୟ ୨୪ ପଇସା ବୃଦ୍ଧି ପାଇ ଲିଟର ପିଛା ୮୭.୧୧ ଟଙ୍କା ଏବଂ ଡିଜେଲ ପିଛା ୨୫ ପଇସା ବୃଦ୍ଧି ପାଇ ୭୯.୪୮ ଟଙ୍କା ହୋଇଛି ।

ଚେନ୍ନାଇରେ ମଧ୍ୟ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ  ବୃଦ୍ଧି ପାଇଛି। ପେଟ୍ରୋଲ ମୂଲ୍ୟ ୨୨ ପଇସା ବୃଦ୍ଧି ପାଇ ଲିଟର ପିଛା ୮୮.୨୯ ଟଙ୍କା ଏବଂ ଡିଜେଲ ଦର ୨୪ ପଇସା ବୃଦ୍ଧି ପାଇ ୮୧.୧୪ ଟଙ୍କା ହୋଇଛି।

 

Leave A Reply

Your email address will not be published.

ବ୍ରେକିଂ