+୩ ପ୍ରଥମ ବର୍ଷ ପାଠ୍ୟକ୍ରମରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏଣିକି +୩ ପ୍ରଥମ ବର୍ଷ ପାଠରେ ବିପର୍ଯ୍ୟୟ ପରିଚାଳନା ବାଧ୍ୟତାମୂଳକ ରହିବ । ବିପର୍ଯ୍ୟୟ, ମହାମାରୀ ପରିଚାଳନା ଓ ସର୍ଭାଇଭାଲ ସ୍କିଲ ପଢାଯିବ ।

ସମସ୍ତ କଳା, ବିଜ୍ଞାନ, ବାଣିଜ୍ୟ ବର୍ଗ ପିଲା ଏହାକୁ ବାଧ୍ୟତାମୂଳକ ପଢିବେ । କୋର୍ସ ମାର୍କ ୧୦୦ ରହିବାକୁ ଥିବାବେଳେ +୩ ପ୍ରଥମ ବର୍ଷ ପିଲା ପଢିବେ । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକ ପରେ ଏ ସମ୍ପର୍କରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ