ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ କାନିମୋଝି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଡିଏମ୍‌କେ ନେତ୍ରୀ କାନିମୋଝି । ନବୀନ ନିବାସରେ ଡିଏମକେ ସଂସଦୀୟ ଦଳ ନେତା କାନିମୋଝି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାନିମୋଝି ଭେଟିବା ସହ ଗ୍ରାମାଞ୍ଚଳର ତଥା ଗରିବ ପରିବାରର ଛାତ୍ରଛାତ୍ରୀମାନେ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାରେ ସମ୍ମୁଖୀନ ହେଉଥିବା ସମସ୍ୟା ବାବଦରେ ଦୁଇ ନେତା ଆଲୋଚନା କରିଛନ୍ତି ।

ଏହି ଅବସରରେ ସେ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି  । ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ଦେବାକୁ ଦାବି କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗ କେନ୍ଦ୍ର ନିକଟରେ ଉଠାଇଥିଲେ । NEETରେ ସବୁସ୍ତରର ଛାତ୍ରଛାତ୍ରୀ ଭାଗ ନେଇପାରୁ ନାହାନ୍ତି । ଏପରିକି IIT ଓ UPSC ପରୀକ୍ଷାରେ ମଧ୍ୟ ସମାନ ସମସ୍ୟା ହେଉଛି । ଏଣୁ ସବୁବର୍ଗର ପିଲାଙ୍କୁ ଜାତୀୟ ପ୍ରବେଶିକା ପରୀକ୍ଷାରେ ସୁଯୋଗ ମିଳିବା ନେଇ ଦାବି ଉଠିଛି ।

Leave A Reply

Your email address will not be published.

ବ୍ରେକିଂ