ବିଛଣା ଉପରେ ବସି ଖାଆନ୍ତୁନି, ସ୍ଵାସ୍ଥ୍ୟ ଉପରେ ପଡିବ ଖରାପ ପ୍ରଭାବ

କିଛି ଲୋକଙ୍କର ବହୁତ ଖରାପ ଅଭ୍ୟାସ ରହିଛି, ଯେଉଁ କାରଣରୁ ଘରେ ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ଏହି ଖରାପ ଅଭ୍ୟାସ ଯୋଗୁଁ ମଣିଷକୁ ଦୁଃଖ କଷ୍ଟ ଭୋଗିବାକୁ ପଡିଥାଏ ।  ଏହି ଖରାପ ଅଭ୍ୟାସରେ କିଛିଟା ସୁଧାର ଦେଲେ ଜୀବନ ସୁଖମୟ ହୋଇଯିବ।  ଆସନ୍ତୁ ଜାଣିବା ଏହି ଖରାପ ଅଭ୍ୟାସ ସମ୍ପର୍କରେ ।

ବିଛଣା ଉପରେ ଖାଇବା

କେବେ ବି ଶୋଇଥିବା ବିଛଣା ଉପରେ ବସି ଖାଆନ୍ତୁ ନାହିଁ।   ଏହା ଘରେ ନେଗେଟିଭ ଏନର୍ଜୀ ପ୍ରସାରିତ କରିଥାଏ।  ଅଯଥାରେ କଳହ ଲାଗି ରହିଥାଏ।   ଏଥିସହିତ ସ୍ଵାସ୍ଥ୍ୟହାନି ଘଟିଥାଏ।
ଅଇଁଠା ବାସନ ପକାଇ ରଖନ୍ତୁନି

ପ୍ରାୟ ସମୟରେ ବହୁ ଲୋକ ଅଇଁଠା ବାସନ ରୋଷେଇ ଘରେ ସାରା ରାତି ପକାଇ ରଖି ସକାଳୁ ସଫା କରନ୍ତି।  ବାସ୍ତୁ ଅନୁସାରେ ରୋଷେଇ ଘରେ ମା’ ଅନ୍ନପୂର୍ଣ୍ଣା ବାସ କରନ୍ତି ।  ରାତିରେ ଅଇଁଠା ବାସନ ପକାଇ ରଖିବାର ଅର୍ଥ ମା’ ଅନ୍ନପୂର୍ଣ୍ଣାଙ୍କୁ ଅପମାନ କରିବା ସହିତ ସମାନ ।  ଏହି କାରଣରୁ ଘର ଧନ- ସମୃଦ୍ଧି ନଷ୍ଟ ହୋଇଥାଏ।
ପ୍ରବେଶ ଦ୍ବାର ଅଳିଆ

ଦିନ ସାରାର ସମସ୍ତ ଅଳିଆ ଜମାକରି ରଖି ସନ୍ଧ୍ୟାରେ ନେଇ ବାହାରେ ଫିଙ୍ଗି ଦିଅନ୍ତୁ।  ବାସ୍ତୁ ଅନୁସାରେ ଘରର ଅଳିଆ ଦିନରେ ଫିଙ୍ଗିଦେବା ଉଚିତ।

Leave A Reply

Your email address will not be published.

ବ୍ରେକିଂ