କୋଭିଡରୁ ସୁସ୍ଥ ହେଲା ପରେ କରନ୍ତୁ ପ୍ରାଣାୟମ

ପ୍ରଗତିବାଦୀ ସ୍ୱାସ୍ଥ୍ୟ ଟିପ୍ସ: କୋଭିଡ୍‌ରୁ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତି, ବିଶେଷକରି ଯେଉଁମାନେ ଭେଣ୍ଟିଲେଟରରେ ରହୁଥିଲେ, ସେମାନଙ୍କୁ ଶ୍ୱାସକ୍ରିୟା ସମ୍ବନ୍ଧୀୟ ବ୍ୟାୟାମ କରିବା ଦରକାର। ସେମାନେ ନିଜର ଦୈନନ୍ଦିନ ଜୀବନରେ ପ୍ରାଣାୟାମ କରିପାରିବେ। ଖୋଲା ପରିବେଶରେ ପ୍ରାଣାୟମ କରନ୍ତୁ , ସର୍ବଦା ନିଜକୁ ଫିଟ୍ ଆଣ୍ଡ୍ ଫାଇନ ରଖନ୍ତୁ।

ଅମ୍ଳଯାନ ଆମର ଜୀବନ ଧାରଣ ପାଇଁ ଅତି ଜରୁରୀ। ତେଣୁ ପ୍ରାଣାୟାମ ମାଧ୍ୟମରେ ଆମେ ବାୟୁରୁ ଅମ୍ଳଜାନ ଗ୍ରହଣ କରିପାରିବା।

ପ୍ରାଣାୟାମ କରିବା ପାଇଁ ପ୍ରଥମେ ସିଧା ହୋଇ ବସନ୍ତୁ। ନିଜ ଶରୀରକୁ ଢିଲା ଛାଡ଼ିଦିଅନ୍ତୁ।

ମନକୁ ଶାନ୍ତ ରଖନ୍ତୁ। ଛାତି ଓ ପେଟକୁ ପୁରା ଫୁଲାଇ ବାୟୁ ଭିତରକୁ ନିଅନ୍ତୁ। ବାୟକୁ ଯେତେ ଅଧିକ ସମୟ ଭିତରେ ଧରି ରଖନ୍ତୁ। ଏହା ପରେ ବାୟୁକୁ ଧୀରେ ଧୀରେ ଛାଡ଼ନ୍ତୁ।

ଅଥବା ଡାହାଣ ହାତର ବୁଢ଼ା ଆଙ୍ଗୁଠିରେ ଡାହାଣ ପଟ ନାକ ପୁଡ଼ାକୁ ବନ୍ଦ କରନ୍ତୁ ଏବଂ ବାମ ପଟେ ନିଶ୍ୱାସ ନିଅନ୍ତୁ। ଏବେ ଡାହାଣ ପଟ ନାକ ପୁଡ଼ାକୁ ଛାଡ଼ି ମଧ୍ୟମା ଆଙ୍ଗୁଠିରେ ବାମ ପଟ ନାକ ପୁଡ଼ାକୁ ଚାପି ରଖନ୍ତୁ ଏବଂ ଡାହାଣ ପଟ ପୁଡ଼ାରୁ ପ୍ରଶ୍ୱାସ ଛାଡ଼ନ୍ତୁ।

 

 

Leave A Reply

Your email address will not be published.

ବ୍ରେକିଂ