ଅକ୍ଟୋବର ୧୮ରୁ ଘରୋଇ ବିମାନ ଶତ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଖୁସିଖବର ।  ଏଣିକି ୧୦୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଉଡାଣ ଭରିପାରିବ ଘରୋଇ ବିମାନ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଛି ।

ମହାମାରୀ କରୋନା ସଂକ୍ରମଣ କାରଣରୁ ବିମାନରେ ୮୫ ପ୍ରତିଶତ କ୍ଷମତାର ଯାତ୍ରୀ ଯାତ୍ରା କରିପାରୁଥିଲେ । ହେଲେ ଏହି କଟକଣା ଉଠାଇଦିଆଯାଇଛି । କରୋନା ସଂକ୍ରମଣ ମାମଲା କମିବା ପରେ ବିମାନ ଯାତ୍ରାରେ କ୍ୟାପାସିଟି କ୍ୟାପ୍ସ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।

ସରକାରଙ୍କ ନିଷ୍ପତ୍ତି ଅନୁଯାଯୀ, ସମ୍ପୂର୍ଣ୍ଣ କ୍ଷମତା ସହ ଉଡିପାରିବ ବିମାନ । ୧୮ ଅକ୍ଟୋବରରୁ ଏହା କାର୍ଯ୍ୟକାରୀ ହେବ । ମହାମାରୀ କୋରୋନା କାରଣରୁ ୨୩ ମାର୍ଚ୍ଚ ୨୦୨୦ରୁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ରୋକ ଲଗାଇ ଦିଆଯାଇଥିଲା । ହେଲେ ମେ ୨୦୨୦ରୁ ବନ୍ଦେ ଭାରତ ମିଶନ ଅଧିନରେ ବିଶେଷ ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା ହୋଇଆସୁଛି । ଅନ୍ୟପକ୍ଷେ କିଛି ନିର୍ଦ୍ଧିଷ୍ଟ ଦେଶ ସହ ଦ୍ୱିପାକ୍ଷିକ ବ୍ୟବସ୍ଥା ଆଧାରରେ ୨୦୨୦ରୁ ବିମାନ ଉଡାଣ ହେଉଛି ।

Leave A Reply

Your email address will not be published.

ବ୍ରେକିଂ