ଭୁଲରେ ବି ସନ୍ଧ୍ୟାରେ ଦାନ କରନ୍ତୁ ନାହିଁ ଏହିସବୁ ଜିନିଷ
ଜ୍ୟୋତିଷ ଶାସ୍ତ୍ରରେ ଦାନର ମହତ୍ୱ ଅଧିକ ରହିଛି । କୌଣସି ଅଭାବୀ ବା ଗରିବ ବ୍ୟକ୍ତିଙ୍କୁ ଦାନ କରିବା ବହୁତ ଭଲ ବୋଲି ବିବେଚନା କରାଯାଏ । ଏହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ଆସେ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ସନ୍ଧ୍ୟା ସମୟରେ ଦାନ କରିବା ଉଚିତ୍ ନୁହେଁ । ସନ୍ଧ୍ୟାରେ ଦାନ କରିବା ଅଶୁଭ ବୋଲି ବିବେଚନା କରାଯାଏ । ଏହା ଆପଣଙ୍କ ଜୀବନରେ ଅନେକ ସମସ୍ୟା ସୃଷ୍ଟି କରିପାରେ । ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ କେଉଁ ସବୁ ଜିନିଷ ଦାନ କରାଯିବା ଉଚିତ୍ ନୁହେଁ ।
ସନ୍ଧ୍ୟା ସମୟରେ କ୍ଷୀର ଦାନ କରାଯିବା ଉଚିତ୍ ନୁହେଁ । କ୍ଷୀର ମାତା ଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କର ପ୍ରତୀକ ଭାବରେ ବିବେଚନା କରାଯାଏ । ସନ୍ଧ୍ୟାରେ କ୍ଷୀର ଦାନ କରିବା ଦ୍ୱାରା ଘରେ ଧନର ଆଗମନ ହୁଏନାହିଁ ।
ସୂର୍ଯ୍ୟାସ୍ତ ସମୟରେ ଦହି ଦାନ କରିବା ଉଚିତ୍ ନୁହେଁ । ଏହା ଦ୍ୱାରା ସୁଖ, ସୁବିଧା ଏବଂ ବୈଭବ ହ୍ରାସ ହୁଏବୋଲି ବିଶ୍ୱାସ କରାଯାଏ ।
ସନ୍ଧ୍ୟା ସମୟରେ କାହାକୁ ରସୁଣ ଏବଂ ପିଆଜ ଦାନ କରିବା ଉଚିତ୍ ନୁହେଁ । ରସୁଣ ଏବଂ ପିଆଜ କେତୁ ଗ୍ରହ ସହିତ ଜଡିତ । ସନ୍ଧ୍ୟାରେ ଏହି ଜିନିଷଗୁଡିକ ଦାନକଲେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।
ସନ୍ଧ୍ୟା ସମୟରେ ମାତା ଲକ୍ଷ୍ମୀଙ୍କ ଘରେ ପ୍ରବେଶ କରନ୍ତି । ଯଦି ଆପଣ ଏହି ସମୟରେ କାହାକୁ ଟଙ୍କା ଦିଅନ୍ତି, ତେବେ ଆପଣ ଲକ୍ଷ୍ମୀଛଡା ହୋଇଯିବେ ବୋଲି କୁହାଯାଏ ।