ଡିଆରଡିଓରୁ ତଥ୍ୟ ଲିକ୍ ମାମଲା: ୟୁପି ଦେଇ ଆସୁଥିଲା ପାକିସ୍ତାନୀ ଟଙ୍କା

ବାଲେଶ୍ଵର : ଚାନ୍ଦିପୁର ଡିଆରଡିଓରୁ ତଥ୍ୟ ଲିକ୍ ଅଭିଯୋଗ ମାମଲାରେ ଗୁପ୍ତଚରଙ୍କୁ ରିମାଣ୍ଡରେ ନେଇ ଜେରା ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ହାତରେ ସାଂଘାତିକ ତଥ୍ୟ ଲାଗିଛି । ପାକିସ୍ତାନରୁ ୟୁପି ଦେଇ ଟଙ୍କା ଓଡିଶା ଆସୁଥିବା ଜମାପଡିଛି । ଚାନ୍ଦିପୁର ଆଇଟିଆରରୁ ପାକିସ୍ତାନ ଟଙ୍କା ମିଳିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ହ୍ୟାଣ୍ଡଲରଙ୍କ ଜରିଆରେ ପାକିସ୍ତାନରୁ ଟଙ୍କା ଆସି ଚାନ୍ଦିପୁରରେ ପହଞ୍ଚୁଥିଲା ।ଏପରିକି ବାଂଲାଦେଶୀ ସ୍ଲିପର ସେଲ୍ ଜରିଆରେ ମଧ୍ୟ କିଛି ଟଙ୍କା ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ହାତରେ ତଥ୍ୟ ଲାଗିଛି।

ଅନ୍ୟପଟେ କେଉଁ କେଉଁ ତଥ୍ୟ ଲିକ୍ ହୋଇଛି ଏବଂ ତାହାର ଗୁରୁତ୍ୱ କଣ, ସେସବୁର ତର୍ଜମା ପାଇଁ ଏୟାରଫୋର୍ସର ଏକ ୩ ଜଣିଆ ଟିମ୍ କ୍ରାଇମବ୍ରାଞ୍ଚକୁ ତଦନ୍ତରେ ସହଯୋଗ କରୁଛି । ବାୟୁସେନାର ବରିଷ୍ଠ ଅଧିକାରୀମାନେ ଭାରତୀୟ ପ୍ରତିରକ୍ଷା ବିଭାଗର ବିଭିନ୍ନ କ୍ଷେପଣାସ୍ତ୍ରର ଗୋପନୀୟ ତଥ୍ୟ ଲିକ ନେଇ ପଚରା ଉଚରା କରୁଥିବା ଜଣାପଡିଛି । କ୍ରାଇମବ୍ରାଂଚ ମଧ୍ୟ ଏ ବାବଦରେ ଅଧିକ ତଥ୍ୟ ହାସଲ ପାଇଁ ପ୍ରୟାସ ଚଳାଇଛି ।

Leave A Reply

Your email address will not be published.

ବ୍ରେକିଂ