ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟିରୁ ଶହେ ଫୁଟ୍ ତଳକୁ ଖସିଲା ଟ୍ରକ୍ । ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ  ହେଲପର ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି ।

ଲୁହାପଥର ବୋଝେଇ ଟ୍ରକ କେନ୍ଦୁଝରରୁ କୋଲକାତା ଯାଉଥିଲା । ଏଥିରେ ଲୁହା ପଥର ସହିତ କିଛି କେମିକାଲ୍ ଡବା ଲୋଡ୍ ହୋଇଥିଲା। ଟ୍ରକଟି ଦୁଆରଶୁଣୀ ଘାଟିରେ ଭାରସାମ୍ୟ ହରାଇ ଶହେ ଫୁଟ୍ ତଳକୁ ଖସିପଡିଥିଲା । ସ୍ଥାନୀୟ ଲୋକେ ପାହାଡ଼ ତଳେ ଏକ ଟ୍ରକ୍ ପଡ଼ିଥିବା ଦେଖି ପୋଲିସ୍ ଓ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ। ଏହା ସହିତ ସେମାନେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ହେଲ୍‌ପର୍‌ଙ୍କୁ ଉଦ୍ଧାର କରିଥିଲେ।

Leave A Reply

Your email address will not be published.

ବ୍ରେକିଂ