କଟକରେ ନକଲି ସିମେଣ୍ଟ କାରଖାନା ଠାବ
କଟକ : ନକଲି ସାମଗ୍ରୀର ପେଣ୍ଠ ସ୍ଥଳ କଟକରୁ ପୁଣି ନକଲି ସିମେଣ୍ଟ କାରଖାନା ଠାବ। ଜଗତପୁରରେ ଅଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି । ଏକ ଗୋଦାମରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ନକଲି ସିମେଣ୍ଟ ଜଗତପୁର ପୋଲିସ ଠାବ କରିଛି ।
ନାମୀଦାମୀ ବ୍ରାଣ୍ଡର ବସ୍ତାରେ ନକଲି ସିମେଂଟ ବିକ୍ରି ହେଉଥିଲା । ଏଥିରେ ବିଭିନ୍ନ ବ୍ରାଣ୍ଡର ଖରାପ ହୋଇଯାଇଥିବା ସିମେଣ୍ଟକୁ ମିଶ୍ରଣ କରାଯାଇ ନୂଆ ସିମେଣ୍ଟ ପ୍ୟାକେଟ ପ୍ରସ୍ତୁତ ହେଉଥିଲା । ପୋଲିସ ଖବର ପାଇ ଉକ୍ତ ସିମେଣ୍ଟ କାରଖାନା ଉପରେ ଚଢ଼ଉ କରି ତଦନ୍ତ ଜାରି ରଖିଛି ।