ହାଇକୋର୍ଟରେ ମୂର୍ତ୍ତି ଉଚ୍ଚତା ମାମଲା

କଟକ: ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ମାମଲା । ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଛି । ୫ ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ, ଏସଆରସି ପକ୍ଷଭୁକ୍ତ ଅଛନ୍ତି ।

କଟକ ସହରର ପୂଜା କମିଟି ଓ ଶାନ୍ତି କମିଟିର ପାରମ୍ପରିକ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା ଓ ପୂଜାରେ ମାଙ୍କ ଦର୍ଶନ ଅନୁମତି ପ୍ରସ୍ତାବକୁ ରାଜ୍ୟ ସରକାର ଅଗ୍ରାହ୍ୟ କରିବା ପରେ ଏହାକୁ ନେଇ ସହରରେ ପ୍ରତିକ୍ରିୟା ଆରମ୍ଭ ହୋଇଛି । ଏନେଇ ଶନିବାର ବସିଥିବା ଏକ ଜରୁରୀ ବୈଠକରେ ଏହି ପ୍ରସଙ୍ଗରେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ଏହି ପ୍ରସ୍ତାବ ମୁତାବକ ସାଂସଦ ଭର୍ତ୍ତୃହରି ମହତାବଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଆସନ୍ତା ୧୬ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା । ସେହି ଆଲୋଚନାରୁ ମିଳିଥିବା ଫଳାଫଳକୁ ଆଧାର କରି ୧୭ ତାରିଖ ଦିନ ହେବାକୁ ଥିବା ପୂଜା କମିଟି ବୈଠକରେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି । ତେବେ ବିଜେପି ପକ୍ଷରୁ ଡ଼କାଯାଇଥିବା ବନ୍ଦ ଡ଼ାକରାକୁ କିଛି ପୂଜା ମଣ୍ଡପ ଖୋଲାଖୋଲି ସମର୍ଥନ କରୁଥିବାବେଳେ କଟକ ମହାନଗର ଶାନ୍ତି କମିଟି ଓ ପୂଜା କମିଟି ଏଥିରୁ ନିଜକୁ ଦୂରେଇ ରଖିଛି ।  

Leave A Reply

Your email address will not be published.

ବ୍ରେକିଂ