ଭିଜିଲାନ୍ସ ରେଡ୍ ବେଳେ ତହସିଲଦାରଙ୍କ ୫ଟି ପ୍ୟାନ କାର୍ଡ ଠାବ

ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘର ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ପ୍ରଥମେ ରାମ ଚନ୍ଦ୍ରଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହପରେ ତାଙ୍କ ସରକାରୀ ବାସଭବନରୁ ୫୦ହଜାର ଟଙ୍କା ଜବତ ହୋଇଥିଲା ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ତହସିଲଦାର ରାମ ଚନ୍ଦ୍ରଙ୍କ ଘର ରେଡ୍ ଚାଲିଛି ।ଏହି ରେଡ୍ ବେଳେ ରାମଚନ୍ଦ୍ରଙ୍କ ୫ଟି ପ୍ୟାନକାର୍ଡ ମିଳିଛି । ସବୁ ପ୍ୟାନ କାର୍ଡ ଗୁଡିକରେ ଜନ୍ମ ତାରିଖ ସହ ବାପାଙ୍କ ନାମ ମଧ୍ୟ ଭିନ୍ନ ରହିଛି । ୩ଟି କାର୍ଡରେ ବାପାଙ୍କ ନାମ ଖଗେଶ୍ୱର ଜେନା ରହିଥିବା ବେଳେ ଅନ୍ୟ ୨ଟିରେ ନାରାୟଣ ଓ ବୈଷ୍ଣବ ଜେନା ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ଘର ଓ ଅଫିସରେ ଚଢାଉ କାର୍ଯ୍ୟ ଜାରି ରଖିଛି ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.

ବ୍ରେକିଂ